ସ୍ବେଛାସେବୀ ଅନୁଷ୍ଠାନ “ସେବା” ଦ୍ୱାରା ରିଲିଫ ବଣ୍ଟନ 

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ’ ସେବା ‘ଦ୍ୱାରା କୋଭିଡ -19 ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଭିନ୍ନକ୍ଷମ ଶିଶୁ ଓ ଅସହାୟ ମହିଳା ମାନଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ର ଆଜି ଶୁଭାରମ୍ଭ ହୋଇଛି l ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି, ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ବରିଷ୍ଠ ସଭ୍ୟ ହରେକୃଷ୍ଣ ପରମଗୁରୁଙ୍କ ଉପସ୍ଥିତିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପେନ୍ଦ୍ର କୁମାର ବଡ଼ଜେନା ଓ ସମାଜସେବୀ ସଦାଶିବ ମିଶ୍ର ମିଳିତ ଭାବେ ଏହି ରିଲିଫ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l

ରାଇଟ ଟୁ ୱାର୍କ ଫାଉଂଡେସନ ଓ ବ୍ରିଦ ଇଣ୍ଡିଆ ର ସହାୟତାରେ ପ୍ରଥମ ଦିନରେ ୧0୭ ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଶିଶୁ ଓ ମହିଳା ମାନଙ୍କୁ ଶୁଖିଲା ଖାଦ୍ୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଖାଇବା ତେଲ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯାଇଥିଲା l କାଲି ଠାରୁ ଭ୍ରାମ୍ୟମାଣ ଗାଡି ସାହାଯ୍ୟରେ ଗ୍ରାମାଞ୍ଚଳରେ ଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ- 19 ରିଲିଫ ବଣ୍ଟାଯିବ l

ପ୍ରଥମ ଦଫାରେ 300 ରିଲିଫ କିଟ ବଣ୍ଟାଯିବାପାଇଁ ବ୍ୟବସ୍ଥା କରାଯାଇଥିବା ସେବାର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି lଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ବୈକୁଣ୍ଠ ନାଥ ମହାପାତ୍ର,ଲୋକ ଜିତ ପରିଡା ବିଜୟ କୁମାର ସାହୁ, ପବିତ୍ର ଇନ୍ଦ୍ରଜିତ, ସାଗରୀକା ସାହୁ, ପାୟସମିନୀ ରଥ ପ୍ରଶାନ୍ତ କୁମାର ସାହୁ ଓ ବନିତା ମଲ୍ଲିକ ପ୍ରମୁଖ ସହଯୋଗ କରୁଛନ୍ତି l ( ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version