ଏମ୍ଏସ୍ଏମ୍ଇ ଦିବସ ୨୦୨୧ ପରିପ୍ରେକ୍ଷୀରେ ଏକ ଗତିଶୀଳ ଓଡ଼ିଶା ପାଇଁ ଏମ୍ଏସ୍ଏମ୍ଇ ସୁଯୋଗକୁ ଉନ୍ମୋଚନ’ ଉପରେ ଆଲୋଚନା

ଓଡ଼ିଶାରେ ଏମ୍ଏସ୍ଏମ୍ଇ ଠାରୁ ୨୦୦୦ କୋଟି ଟଙ୍କା ନିବେଶ ହାସଲ ଲାଗି ଆଲୁମିନିୟମ୍ ପାର୍କ ସ୍ଥାପନ ହେଉ ; ଓଡ଼ିଶାରେ ଏମ୍ଏସ୍ଏମ୍ଇ ସୁଯୋଗକୁ ଉନ୍ମୁକ୍ତ କରିବା ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି ) ପକ୍ଷରୁ ୫-ସୂତ୍ରୀ ଏଜେଣ୍ଡା ଉନ୍ମୋଚିତ :-
୧.ରାଜ୍ୟର ଅର୍ଥନୈତିକ ଉନ୍ନତି ପାଇଁ ଆନୁଷଂଗିକ ନିବେଶର ଜୁରରୀକାଳୀନ ପୁନରୁଦ୍ଧାର : ଆଲୁମିନିୟମ ଭଳି ପ୍ରମୁଖ କ୍ଷେତ୍ରରେ ଆନୁଷଂଗିକ ନିବେଶ ତ୍ୱରାନ୍ୱିତ କରିବାକୁ ପଡ଼ିବ । ରାଜ୍ୟ ହେଉଛି ଦେଶର ସର୍ବବଢହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୨.୮ ନିୟୁତ ଟନ୍ ।
୨.ଆଲୁମିନିୟମ୍ ପାର୍କ ଭଳି ପ୍ରକଳ୍ପକୁ ଫାଷ୍ଟ-ଟ୍ରାକ୍ କରିବା : ଝାରସୁଗୁଡ଼ାର ପ୍ରସ୍ତାବିତ ଆଲୁମିନିୟମ୍ ପାର୍କ ହେବ ଭାରତର ଦ୍ୱିତୀୟ ବୃହତ ଗୋଟିଏ ସ୍ଥାନରେ ଥିବା ମାଧ୍ୟମିକ ଆଲୁମିନିୟମ ଉତ୍ପାଦନ ବ୍ୟବସ୍ଥା ଯେଉଁଥିରେ ଆଲୁମିନିୟମ ଆନୁଷଂଗିକ କ୍ଷେତ୍ରର ୧୦୦ରୁ ଅଧିକ ଏମ୍ଏସଏମଇ ଉପକୃତ ହେବେ । ତାହାକୁ ଫାଷ୍ଟଟ୍ରାକ୍ କରିବା ଦରକାର ।
୩.ନିବେଶ ପାଇଁ ନୀତିରେ ରହିଥିବା ପ୍ରତିବନ୍ଧକ ହଟାଇବା : ଝାରସୁଗୁଡ଼ାର ଶିଳ୍ପ ପାର୍କ ଭଳି ପ୍ରକଳ୍ପ ପାଇଁ ଝାରସୁଗୁଡ଼ାର ବିଦ୍ୟୁତ ପ୍ରକଳ୍ପର ବଳକା ବିଦ୍ୟୁତକୁ ବ୍ୟବହାର କରିବା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର ଓ ମେଡ ଇନ ଓଡ଼ିଶା ଆଲୁମିନିମୟକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରିବା ଉଚିତ ।
୪. ଅଭିନବ ଓ ଫଣ୍ଡିଂ ବ୍ୟବସ୍ଥା : ପିପିପି ମଡେଲ୍ ଜରିଆରେ ସହଜରେ ବ୍ୟବସାୟ ଲାଗି ଏକ ଅନୁକୂଳ ବାତାବରଣକୁ ଉତ୍ସାହିତ କରିବା ଯାହା ଆଲୁମିନିୟମ ପାର୍କ ଭଳି ପ୍ରକଳ୍ପ ପାଇଁ ୨୦୦୦ ଏମଏସଏମଇକୁ ଆକୃଷ୍ଟ କରିପାରିବ ।
୫. କୌଶଳ ବିକାଶ : ରାଜ୍ୟରେ ଏମ୍ଏସଏମଇର ପୁନରୁଦ୍ଧାର ଜରିଆରେ ସମାଜର ୪ ଲକ୍ଷ ଲୋକଙ୍କ ପାଖରେ ପହଂଚିବା ସହିତ ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରିପାରିବ ।
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର )ଭୁବନେଶ୍ୱର :- ଭାରତରେ ଶିଳ୍ପ ଉତ୍ପାଦନ ଓ ଉପଯୋଗିତା ଯୋଗାଣ ଶୃଙ୍ଖଳରେ ସହ ଜଡ଼ିତ ଥିବା ସଂସ୍ଥାଗୁଡ଼ିକର ଏକ ଗୋଷ୍ଠୀ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି) ପକ୍ଷରୁ ଆନ୍ତର୍ଜାତିକ ଏସ୍ଏମ୍ଏସ୍ଇ ଦିବସ ପାଳନ ପରିପ୍ରେକ୍ଷୀରେ ଓଡ଼ିଶାର ଏମ୍ଏସ୍ଏମ୍ଇ ଶିଳ୍ପର ଅଂଶୀଦାରମାନଙ୍କ ନେଇ ଏକ ଭର୍ଚୁଆଲ୍ ଆଲୋଚନା ଆୟୋଜନ କରାଯାଇଛି । ଆଲୋଚନାର ବିଷୟବସ୍ତୁ ହେଉଛି “ଏକ ଉଦୀୟମାନ ଓଡ଼ିଶା ପାଇଁ ଏମ୍ଏସ୍ଏମ୍ଇ ସୁଯୋଗକୁ ଉନ୍ମୁକ୍ତ କରିବା’, ଯେଉଁଥିର ଅଂଶଗ୍ରହଣକାରୀମାନେ ରାଜ୍ୟର ଅର୍ଥନୈତିକ ବିକାଶରେ ଏମ୍ଏସ୍ଏମଇ ସୁଯୋଗ ଉପରେ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଆଲୋଚନା ପ୍ୟାନେଲ୍ରେ ସାମିଲ ଥିଲେ ଶିକ୍ଷା ଜଗତ, ଓଡ଼ିଶା ସରକାରଙ୍କ ପୂର୍ବତନ ଅଧିକାରୀ ଓ ଶିଳ୍ପ ସଂଗଠନର ପ୍ରତିନିଧି । ଓଡ଼ିଶା ହେଉଛି ଭାରତର ଆଲୁମିନିୟମ୍ କେନ୍ଦ୍ର ଏବଂ ଏଠାରେ ସର୍ବବୃହତ ପ୍ରାଥମିକ ଆଲୁମିନିୟମ୍ ଉତ୍ପାଦନ ହେଉଛି । ରାଜ୍ୟରେ କିନ୍ତୁ ବର୍ତମାନ ସୁଦ୍ଧା ଆନୁଷଂଗିକ ମାଧ୍ୟମିକ ଆଲୁମିନିୟମ ମାନୁଫାକଚରିଂ ଦେଖିବାକୁ ମିଳିଛି । ଏହାର ଦୁର୍ବଳ ଏମ୍ଏସଏମଇ କ୍ଷେତ୍ର ରାଜ୍ୟକୁ ଧାତବ ଉତ୍ପାଦନ ଓ ବିନିର୍ମାଣର ମାନୁଫାକଚରିଂ ହବ୍ରେ ପରିଣତ କରିବାର ଅର୍ଥନୈତିକ ସମ୍ଭାବନାରେ ପ୍ରତିବନ୍ଧକ ସାଜିଛି । ଏହି ଆଲୋଚନା ପୂର୍ବରୁ ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି)ର ଜାତୀୟ ସଂଯୋଜକ ଓ ସଦସ୍ୟ ଏବଂ ପ୍ରହାରର ସଭାପତି, ଶ୍ରୀଯୁକ୍ତ ଅଭୟ ରାଜ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ, “ଧାତବ ଓ ଖଣିଜ କ୍ଷେତ୍ରରେ ବଡ଼ ଶିଳ୍ପ ସ୍ଥାପନ କରିବାରେ ଓଡ଼ିଶା ବହୁତ ଭଲ ବିକାଶ କରିଛି ଏବଂ ଏବେ ଧାତବ ଓ ଖଣିଜର ଆନୁଷଂଗିକ କ୍ଷେତ୍ରରେ ଏମ୍ଏସଏମଇ ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ଓଡ଼ିଶା ହେଉଛି ଭାରତର ଓ ଏସିଆରେ ଚୀନ ବାହାରେ ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦନକାରୀ ଯେଉଁଥିରେ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇଛି ଓ ଏଠାରେ ଦେଶରେ ଆଲୁମିନିୟମ ପାର୍କ ମଡେଲ୍ ଅନୁସାରେ ଆଲୁମିନିୟମ ଉତ୍ପାଦନ ବ୍ୟବସ୍ଥାରେ ମୂଲ୍ୟଯୋଗ କରି ଆନୁଷଂଗିକ ଶିଳ୍ପ ଗଠନ କରିବାର ସର୍ବବୃହତ ସୁଯୋଗ ରହିଛି ।’’ “ଝାରସୁଗୁଡ଼ା ଆଲୁମିନିୟମ ପାର୍କ ହେଉଛି ସେଭଳି ଏକ ପ୍ରସ୍ାବିତ ପ୍ରକଳ୍ପ ଯାହା ଭାରତରେ ଏଭଳି ଦ୍ୱିତୀୟ ସର୍ବବୃହତ ବ୍ୟବସ୍ଥା ଯାହା ଏକାକୀ ୧୫୦୦-୨୦୦୦ କୋଟି ଟଙ୍କାର ଅତିରିକ୍ତ ପୁଂଜିନିବେଶ ଆଣିପାରିବା ସହ ୧୦୦ରୁ ଅଧିକ ଏମ୍ଏସଏମଇକୁ ଯୋଡ଼ିପାରିବ । ଆଲୁମିନିୟମ ପାର୍କ ୪୫୦୦ କୋଟି ଟଙ୍କାର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିପାରିବ ପ୍ରତି ବଦଳରେ ତାହା ରାଜ୍ୟ ରାଜକୋଷକୁ ଅବଦାନ ପ୍ରଦାନ କରିବ ଏବଂ ୧ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ଓ ୪ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ।’’ ଓଡ଼ିଶାରେ ଏମ୍ଏସ୍ଏମ୍ଇ ସୁଯୋଗକୁ ଉନ୍ମୁକ୍ତ କରିବା ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି) ପକ୍ଷରୁ ୫-ସୂତ୍ରୀ ଏଜେଣ୍ଡା ଉନ୍ମୋଚିତ: ୧.ରାଜ୍ୟର ଅର୍ଥନୈତିକ ଉନ୍ନତି ପାଇଁ ଆନୁଷଂଗିକ ନିବେଶର ଜୁରରୀକାଳୀନ ପୁନରୁଦ୍ଧାର: ଆଲୁମିନିୟମ ଭଳି ପ୍ରମୁଖ କ୍ଷେତ୍ରରେ ଆନୁଷଂଗିକ ନିବେଶ ତ୍ୱରାନ୍ୱିତ କରିବାକୁ ପଡ଼ିବ । ରାଜ୍ୟ ହେଉଛି ଦେଶର ସର୍ବବଢହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୨.୮ ନିୟୁତ ଟନ୍ ୨.ଆଲୁମିନିୟମ୍ ପାର୍କ ଭଳି ପ୍ରକଳ୍ପକୁ ଫାଷ୍ଟ-ଟ୍ରାକ୍ କରିବା: ଝାରସୁଗୁଡ଼ାର ପ୍ରସ୍ତାବିତ ଆଲୁମିନିୟମ୍ ପାର୍କ ହେବ ଭାରତର ଦ୍ୱିତୀୟ ବୃହତ ଗୋଟିଏ ସ୍ଥାନରେ ଥିବା ମାଧ୍ୟମିକ ଆଲୁମିନିୟମ ଉତ୍ପାଦନ ବ୍ୟବସ୍ଥା ଯେଉଁଥିରେ ଆଲୁମିନିୟମ ଆନୁଷଂଗିକ କ୍ଷେତ୍ରର ୧୦୦ରୁ ଅଧିକ ଏମ୍ଏସଏମଇ ଉପକୃତ ହେବେ । ତାହାକୁ ଫାଷ୍ଟଟ୍ରାକ୍ କରିବା ଦରକାର ୩.ନିବେଶ ପାଇଁ ନୀତିରେ ରହିଥିବା ପ୍ରତିବନ୍ଧକ ହଟାଇବା: ଝାରସୁଗୁଡ଼ାର ଶିଳ୍ପ ପାର୍କ ଭଳି ପ୍ରକଳ୍ପ ପାଇଁ ଝାରସୁଗୁଡ଼ାର ବିଦ୍ୟୁତ ପ୍ରକଳ୍ପର ବଳକା ବିଦ୍ୟୁତକୁ ବ୍ୟବହାର କରିବା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର ଓ ମେଡ ଇନ ଓଡ଼ିଶା ଆଲୁମିନିମୟକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରିବା ଉଚିତ ୪. ଅଭିନବ ଓ ଫଣ୍ଡିଂ ବ୍ୟବସ୍ଥା : ପିପିପି ମଡେଲ୍ ଜରିଆରେ ସହଜରେ ବ୍ୟବସାୟ ଲାଗି ଏକ ଅନୁକୂଳ ବାତାବରଣକୁ ଉତ୍ସାହିତ କରିବା ଯାହା ଆଲୁମିନିୟମ ପାର୍କ ଭଳି ପ୍ରକଳ୍ପ ପାଇଁ ୨୦୦୦ ଏମଏସଏମଇକୁ ଆକୃଷ୍ଟ କରିପାରିବ ୫. କୌଶଳ ବିକାଶ : ରାଜ୍ୟରେ ଏମ୍ଏସଏମଇର ପୁନରୁଦ୍ଧାର ଜରିଆରେ ସମାଜର ୪ ଲକ୍ଷ ଲୋକଙ୍କ ପାଖରେ ପହଂଚିବା ଓ ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରିବା ପ୍ୟାନେଲ୍ ଆଲୋଚନାର ନିର୍ଯ୍ୟାସ: ପ୍ୟାନେଲର ସଂଯୋଜକ ଶ୍ରୀଯୁକ୍ତ ଫୈଜ ଅକ୍ସାରି, ପ୍ରତିଷ୍ଠାତା, ଏସଏମଇ ଷ୍ଟ୍ରିଟ କହିଛନ୍ତି ଯେଅର୍ଥନୈତିକ ବିକାଶ ଓ ଦେଶ ଗଠନରେ ଭୂମିକା ପାଇଁ କେବଳ ଦେଶ ନୁହେଁ ସାରା ଦୁନିଆରେ ଏମଏସଏମଇ ଏବେ କେନ୍ଦ୍ର ସ୍ଥଳରେ ରହିଛି ।
ଭାରତରେ ଅନେକ ରାଜ୍ୟ ଓ ଅଂଚଳ ଏମ୍ଏସଏମଇ ବିକାଶରେ ବହୁତ ଭଲ କାମ କରୁଛନ୍ତି । ଅନ୍ୟମାନଙ୍କ ପାଖରେ ଏବେବି ଶ୍ରେଷ୍ଠ ସୁଯୋଗ ରହିଛି । ଓଡ଼ିଶା ହେଉଛି ସେଭଳି ଏକ ରାଜ୍ୟ ଯେଉଁଠାରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଏହି ଅବସରରେ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ସଚିବ, ଓଡ଼ିଶା କହିଛନ୍ତି ଯେ, “ଓଡ଼ିଶାରେ ଶିଳ୍ପ ସ୍ଥାପନ ବ୍ୟବସ୍ଥାରେ ଉନ୍ନତି ହେଉଛି । ୧୯୮୦ ପରଠାରୁ ରାଜ୍ୟରେ ଉଦ୍ୟମିତାକୁ ସରକାର ପ୍ରସାର କରୁଛନ୍ତି । ଶିଳ୍ପ ବିକାଶ ବିଶେଷ କରି ଏମଏସଏମଇ କ୍ଷେତ୍ରରେ ସରକାରଙ୍କ ସମର୍ଥନ ଯୋଗୁଁଆଗକୁ ବଢ଼ିଛି । ଖଣିଜ ସମ୍ପଦରେ ଭରପୁର ଓଡ଼ିଶାରେ ଅନେକ ବଡ଼ ଶିଳ୍ପ ସଂସ୍ଥା ଶିଳ୍ପାୟନକୁ ଆଗକୁ ବଢ଼ାଇଛନ୍ତି । ଏହି ଶିଳ୍ପ ଅଧୀନରେ ଅନେକ ଏମ୍ଏସଏମଇ ଗଢ଼ି ଉଠିଛି । ସେଥିପାଇଁ ଏବେ ଭୁବନେଶ୍ୱର, କଟକ, ରାଉକେଲା ଆଦିରେ ଏମ୍ଏସଏମଇ କ୍ଲଷ୍ଟର ରହିଛି । ଏହି କ୍ଷେତ୍ରର ବିକାଶ ଲାଗି ଆଗାମୀ ଦିନରେ ମିଳିତ ଉଦ୍ୟମ ଲୋଡ଼ା ।’’ ଶ୍ରୀଯୁକ୍ତ ଅଭୟ ରାଜ ମିଶ୍ର, ଜାତୀୟ ସଂଯୋଜକ ଓ ସଦସ୍ୟ, ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି)ଓ ପ୍ରହାରର ସଭାପତି ଓଡ଼ିଶାରେ ଏମ୍ଏସଏମ୍ଇ କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ବିସ୍ଥୃତ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭାରତର ଅର୍ଥନୈତିକ ବିକାଶ ଲାଗି ଏମ୍ଏସଏମଇ ଅଭିବୃଦ୍ଧି ଉପରେ କେନ୍ଦ୍ର ବଜେଟରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏମ୍ଏସଏମଇ କ୍ଷେତ୍ର ଲାଗି ଓଡ଼ିଶାରେ ବିପୁଳ ସୁଯୋଗ ରହିଛି ।’’ ଏମ୍ଏସଏମଇ କ୍ଷେତ୍ରରେ ରହିଥିବା ପ୍ରଶାସନିକ ପ୍ରତିବନ୍ଧକ ଦୂର କରି ରାଜ୍ୟରେ ଏମ୍ଏସଏମଇ ଶିଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ବକ୍ତାମାନେ ଜୋର ଦେଇଛନ୍ତି । ଝାରସୁଗୁଡ଼ା ଓ ଅନୁଗୁଳ ଆଲୁମିନିୟମ ପାର୍କର ସେମାନେ ଉଦାହରଣ ଦେଇଛନ୍ତି । କେବଳ ଝାରସୁଗୁଡ଼ା ଆଲୁମିନିୟମ ପାର୍କ ରାଜ୍ୟ ପାଇଁ ୪୫୦୦ କୋଟି ଟଙ୍କା ମୂଲ୍ୟର ଅର୍ଥନୈତିକ ମୂଲ୍ୟ ଓ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ଓ ଏହାର ଲାଭ ୪ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ।
ଡକ୍ଟର ଶରତ ସାହୁ, ନିର୍ଦେଶକ, ଓଡ଼ିଶା ଶିଳ୍ପ ମହାସଂଘ କହିଛନ୍ତି ଯେ, “ଆନୁଷଂଗିକ ଆଲୁମିନିୟମ ପାର୍କ ସ୍ଥାପନ କରିବାର ସୁବୁଠୁ ବଡ଼ ଲାଭ ହେଉଛି ପ୍ରାଥମିକ ଉତ୍ପାଦନକାରୀମାନେ ଉତ୍ପାଦନ କରୁଥିବା ଆଲୁମିନିୟମକୁ ଏହିଠାରେ ମୂଲ୍ୟ ଯୋଗ କରାଯାଇପାରିବ । ଏହା ହେଉଛି ମାଧ୍ୟମିକ ଆଲୁମିନିୟମ ଉତ୍ପାଦନ କରିବାର ସବୁଠୁ ସୁଲଭ ଉପାୟ । ଯେକୌଣସି ପ୍ରକାର ଆନୁଷଂଗିକ ଉତ୍ପାଦନ ତିଆରି କରିବା ଲାଗି ସୁଲଭ ମୂଲ୍ୟରେ ବିଦ୍ୟୁତ ମିଳିବା ନିହାତି ଜରୁରୀ ବୋଲି ଢକ୍ଟର ସାହୁ କହିଛନ୍ତି । କ୍ଷୁତ୍ର ଶିଳ୍ପ ପାଇଁ ସେଠାରେ ଏକ କରିଡର ସ୍ଥାପନ ହେବା ଦରକାର ଏବଂ କ୍ଷୁଦ୍ର ନିବେଶକମାନେ ଯେଭଳି ୫-୧୦ କୋଟି ଟଙ୍କାରେ ସଂସ୍ଥା ସ୍ଥାପନ କରିପାରିବେ ସେଭଳି ପ୍ରକଳ୍ପ ଚିହ୍ନଟ କରିବା ଦରକାର ବୋଲି ଡକ୍ଟର ସାହୁ କହିଛନ୍ତି । “ଧାତବ ଓ ଖଣିଜ ବ୍ୟତୀତ ଆମକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଏସଏମଇକୁ ଉତ୍ସାହିତ କରିବାକୁ ପଡ଼ିବ ଯେଉଁଥିପାଇଁ କମ ନିବେଶ ଦରକାର, କିନ୍ତୁ ସେଥିରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି । କଂଚାମାଲ ଯୋଗାଡ଼ କରିବା ଏମ୍ଏସଏମଇଗୁଡ଼ିକ ଲାଗି ଏକ ବଡ଼ ପ୍ରତିବନ୍ଧ । ବକ୍ତାମାନେ କହିଛନ୍ତି ଯେ ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବାକୁ ହେବ । ପ୍ରାଥମିକ ଉତ୍ପାଦନକାରୀମାନଙ୍କୁ ନିରବଚ୍ଛିନ୍ନ କଂଚାମାଲ ଯୋଗାଣ ନିଶ୍ଚିତ କରିବକୁ ପଡ଼ିବ । ଏନେଇ ରହିଥିବା ସମସ୍ୟାର ସମାଧାନ କରିବାକୁ ହେବ । ଏମ୍ଏସଏମଇ ଦ୍ୱାରା କିଭଳି ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ଏବଂ ଏହି ଅଂଚଳରେ ଅର୍ଥନୈତିକ ଓ ସାମାଜିକ ସୁଯୋଗ ସୃଷ୍ଟି ହେବ ଏବଂ ଆନୁଷଂଗିକ ଶିଳ୍ପ ବିକାଶ ଲାଗି ନିବେଶ ବଢ଼ିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି ।