ବାଙ୍କୀ ଉପଖଣ୍ଡରେ ୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ୧୧୮୨ଜଣଙ୍କୁ ଟିକାକରଣ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :- ବାଙ୍କୀ ଉପଖଣ୍ଡର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୦୬ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୬ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇଥିଲା । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ୭୭ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୨ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠା ଯାଇଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩୪ଜଣଙ୍କର ଆଣ୍ଟିଜେନ୍ ସେଥି ମଧ୍ୟରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭ଜଣଙ୍କର

ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ବାଙ୍କୀ ଉପଖଣ୍ଡରେ ୧୧୮୨ଜଣଙ୍କୁ ଟିକାକରଣ କରାଯାଇଛି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୫୦ଜଣ, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୪୨ଜଣ, କଳାପଥର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ୩୦୦ଜଣ, ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ୧୯୦ଜଣଙ୍କୁ ଟିକା କରଣ କରାଯାଇଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ କଲେଜ ପରିସରରେ ଖୋଲା ଯାଇଥିବା ଟିକାକରଣ କେନ୍ଦ୍ରରେ ଟିକା ନେବାପାଇଁ ଅତ୍ୟଧିକ ଭିଡ ହେବା ଫଳରେ ଜନସାଧାରଣମାନେ କୋଭିଡ ନିୟମକୁ ପାଳନ ନ କରିବା ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଯାହା ଫଳରେ ଅଧାରୁ ଟିକାକରଣ କାର୍ଯ୍ୟ ବନ୍ଦ ରହିଥିଲା ବୋଲି ମ୍ୟାନେଜର ଶଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି   ରିପୋର୍ଟ ଗୌତମ ମିଶ୍ର

 

Exit mobile version