ବାଙ୍କୀ ରେ କୋଭିଡ କଟକଣା ରେ ପାଳିତ ହେବ ବିଧି ରେ ରଥଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :- ବାଙ୍କୀ ରେ ଚଳିତ ବର୍ଷ କୋଭିଡ କଟକଣା ରେ ଜଗନ୍ନାଥ ମନ୍ଦିର ର ରଥଯାତ୍ରା ନୀତିକାନ୍ତି ବିଧି ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଆଜି ରଥଯାତ୍ରା କମିଟି ପକ୍ଷରୁ ପ୍ରକାଶ।ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ରଥ ଟଣା ହେବ ନାହିଁ ।କିନ୍ତୁ ବିଧି ଅନୁଯାୟୀ ଠାକୁର ଙ୍କ ନୀତି କାନ୍ତି ସେବାୟତ ଙ୍କ ଦ୍ଵାରା କରୋନା କଟକଣା ରେ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ରଥଯାତ୍ରା କମିଟିର ଏକ ବୈଠକ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।କମିଟି ର ବରିଷ୍ଠ ସଭ୍ୟ ବିଚିତ୍ରନନ୍ଦ ମହାପାତ୍ର ଙ୍କ ବିୟୋଗ ରେ କମିଟି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପାର୍ଥନା

କରାଯାଇଥିଲା।କମିଟି ର ସାଧାରଣ ସମ୍ପାଦକ ଯୁଗଳ କିଶୋର ଭୁତ ଗତ ବର୍ଷ ର ଆୟ ବେୟ ର ସବିଶେଷ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ।କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ରଣା ଚଳିତ ବର୍ଷ ଇଚ୍ଛୁକ ବ୍ୟକ୍ତି ମାନେ ଜଗନ୍ନାଥ ଙ୍କ ପ୍ରସାଦ ଗୁଣ୍ଡିଚା ଠାରୁ ବାହୁଡା ପର୍ଯ୍ୟନ୍ତ କ୍ରୟ କରିପାରିବେ ବୋଲି ପ୍ରକାଶ କରିଥିଲେ ।ଏହି ବୈଠକରେ ସଭ୍ୟ ପ୍ରମୋଦ ମହାପାତ୍ର, ଶିବ ପ୍ରସାଦ ପାଢ଼ୀ, ଆମର ଦାସ, ଗୋଖା ବେହେରା,ମାନ୍ମଥ ମିଶ୍ର ,ଋଷି ରଣା ପ୍ରଭୁତି ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।କମିଟି ର ବରିଷ୍ଠ ସଭ୍ୟ ସମରେନ୍ଦ୍ର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।     ରିପୋର୍ଟ ଗୌତମ ମିଶ୍ର।

Exit mobile version