ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଶୋକ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ରଣପୁର :- ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ ଲେଖକ ଜୀମୂତ ବାହନ ମଙ୍ଗରାଜଙ୍କ ବିୟୋଗରେ ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଧାୟକ ଶୋକବାର୍ତ୍ତାରେ କହିଛନ୍ତି ଯେ ସେ ଶ୍ରୀ ମଙ୍ଗରାଜ ଙ୍କ ଅକାଳ ବିୟୋଗ କୁ ନେଇ ବହୁ ଦୁଃଖିତ ଓ ମର୍ମାହତ । ଶ୍ରୀ ମଙ୍ଗରାଜ ଖାଲି ସାମ୍ବାଦିକ ନୁହେଁ ସେ ଏକ ପରୋପକାରୀ ଓ ଉଦାର ହୃଦୟୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଏଭଳି ଅକସ୍ମାତ ପରଲୋକ ପ୍ରାପ୍ତି ହେବା ଦୁଖଃଦ ଓ ବିସ୍ମୟକର ସୂଚନା ଅଟେ ।

ଶ୍ରୀ ମଙ୍ଗରାଜ ଙ୍କ ର ସାମ୍ବାଦିକତା ରେ ଅନୁପ୍ରାଣିତ ହୋଇ ଭବିଷ୍ୟତ ପୀଢ଼ି ଆଜି ମଧ୍ୟ ନିଃସ୍ୱାର୍ଥପର ଭାବେ ଉଚ୍ଚକୋଟିର ସାମ୍ବାଦିକ ହେବାର ସ୍ୱପ୍ନ ରଖିଛନ୍ତି । ବାସ୍ତବରେ ତାଙ୍କ ବିୟୋଗ ସାମ୍ବାଦିକ କ୍ଷେତ୍ରରେ ଏକ ପୂର୍ଣ୍ଣବାଚି ସୃଷ୍ଟି ହୋଇଛି । ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Exit mobile version