ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ  କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଙ୍କ ଶୋକ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର :-  ବରିଷ୍ଠ ସାମ୍ବାଦିକ ଶ୍ରୀ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ଉଚ୍ଚ ଶିକ୍ଷା ଓ କୃଷି , ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ସ୍ୱର୍ଗତ ମଙ୍ଗରାଜ ଜଣେ ଅଭିଜ୍ଞ ସାମ୍ବାଦିକ ଏବଂ ବିଶିଷ୍ଟ ଲେଖକ ଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଥିଲା । ସୁସାହିତ୍ୟିକ ଭାବରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ ।

ରାଜ୍ୟ ଓ ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରି ନିଜ ଲେଖା ପାଇଁ ବହୁ ପ୍ରଶଂସିତ ଥିଲେ । ତାଙ୍କ ବିୟୋଗ ଆମ ଗହଣ ରେ ସବୁଦିନ ପାଇଁ ଶୁନ୍ୟସ୍ଥାନ ହୋଇ ରହିବ । ତାଙ୍କର ଅକାଳ ବିୟୋଗ ଫଳରେ ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ମନ୍ତ୍ରୀ ଶ୍ରୀ ସାହୁ ସ୍ୱର୍ଗତ ମଙ୍ଗରାଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Exit mobile version