କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ୍‌, ସୋମବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍‌ ସଦସ୍ୟ ଭି.ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ସୁନୀଲ କୁମାର ଜେନା, ସେକ ଅବଦୁଲ ସାକୀର , ହିମାଂଶୁ ନାୟକ ଏବଂ ପ୍ରଶାନ୍ତ କୁମାର ସେନାପତି ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।

ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ଫୁଲବାଣୀ ବନ ବିଭାଗ ଅଫିସରେ ହସ୍ତାନ୍ତର କରିଥିଲେ । ବନ ବିଭାଗର ନିର୍ଦ୍ଦେଶକ୍ରମେ ପୁଣି ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଟିମ ହ୍ୟୁମାନିଟିର ଆବାହକ ଭି. ଲୋକନାଥ ରାଜୁ ପ୍ରକାଶ କରିଛନ୍ତି ।  (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)

Exit mobile version