ବେଦାନ୍ତ ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ

ଓଡ଼ିଶା ତାଜା ନ୍ୟୁଜ ( ୨୮ ଜୁନ ସୋମବାର) କଳାହାଣ୍ଡି :- ନର୍ଲା ବ୍ଳକର ଛତିକୁଡା ଛକ ନିକଟରେ ବେଦାନ୍ତ ଆଲୁମିନା କମ୍ପାନୀର ଏକ ଭାରି ଯାନ ଜଣେ ବାଇକ୍ ଚାଲକଙ୍କୁ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ଘଟିଛି । ଶାନ୍ତପୁର ଗ୍ରାମର କୃଷ୍ଣଚନ୍ଦ୍ର ଗହୀର ଛତିକୁଡା ପଟୁ ନିଜ ଘରକୁ ବାଇକ ନଂ ଓଆର ୦୮ଡି ୩୩୫୬ ଯୋଗେ ଫେରୁଥିବା ବେଳେ ଛତିକୁଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବେଦାନ୍ତ ଆଲୁମିନା କମ୍ପାନୀର ଗାଡ଼ି ଓଆର ୧୫ ଏମ୍ ୮୪୪୫ ବାଇକ ଉପରେ ମାଡ଼ି ଯାଇଥିଲା ।

ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଛତିକୁଡା ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ରାସ୍ତା ଅବରୋଧ କରାଯାଇଥିଲା । ନର୍ଲା ଥାନା ଅଧିକାରୀ ଅଭିଷେକ ପାଣିଗ୍ରାହୀ, କେସିଙ୍ଗା ଉପଖଣ୍ଡୀୟ ଅଧିକାରୀ ଏସ ସୁଶ୍ରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version