ଡବଲ୍ ଡୋଜ୍ ଟିକା ନେଇନଥିଲେ ବିଧାୟକଙ୍କୁ ଗୃହ ପ୍ରବେଶ ମନା – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର ,ରିପୋର୍ଟ ଅଭିମନ୍ୟୁ :- ବିହାର ପରେ ଓଡ଼ିଶା । ବିଧାନସଭା ପ୍ରବେଶ ଉପରେ ଲାଗିଲା ରୋକ୍ । ଯେଉଁ ବିଧାୟକ ଡବଲ୍ ଡୋଜ୍ ଟିକା ନେଇ ନଥିବେ, ସେମାନଙ୍କ ଗୃହ ପ୍ରବେଶକୁ ଅନୁମତି ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ କୋଭିଡ୍‌ ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଲହର ଓ ଦ୍ୱିତୀୟ ଲହର ବେଳେ ବିଧାନସଭା ପକ୍ଷରୁ ଏଭଳି କଟକଣା ଜାରି ହୋଇଥିଲା । ଏବେ ଟିକା ନେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ଆଗାମୀ ମୌସୁମୀ ଅଧିବେଶନରେ ଗୃହ ପ୍ରବେଶ ପୂର୍ବରୁ ବିଧାୟକମାନେ ଡବଲ୍ ଡୋଜ୍ ଟିକା ନେଇଯିବା ଦରକାର ।

ନ ହେଲେ ବାରଣ କରାଯିବ । ଗତ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଥିଲା । ଗୃହ ପ୍ରବେଶ ପାଇଁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଜରୁରୀ ହୋଇଥିଲା । ପଜିଟିଭ ଥିଲେ ଗୃହ ପ୍ରବେଶକୁ ବାରଣ କରାଯାଇଥିଲା । ଗୃହ ଭିତରେ କିଛି ବୟସାଧିକ୍ୟ କିମ୍ବା ରକ୍ତଚାପ, ମଧୁମେହ ଆଦି ରୋଗରେ ପୀଡ଼ିତ ବିଧାୟକମାନେ ବିଧାନସଭା ଅଧିବେଶନକୁ ନଆସି ଓକାକ୍‌, ଲୋକସେବା ଭବନର ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ରହି ବିଧାନସଭାର ଆଲୋଚନାରେ ଭାଗ ନେଇଥିଲେ ।

Exit mobile version