ବିଶିଷ୍ଟ ସାମ୍ବାଦିକ ଶ୍ରୀ ଜୀମୁତ ମଙ୍ଗରାଜଙ୍କ ର ଶେଷ କୃତ୍ୟ ସମ୍ପନ୍ନ – ପୁଅ ଅମୃତ ମଙ୍ଗରାଜ ଓ ଝିଅ ରିତୁପର୍ଣ୍ଣା ମଙ୍ଗରାଜ ମୁଖାଗ୍ନି ଦେଇ ପିତା ଙ୍କୁ ଚିର ବିଦାୟ ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର ,ରିପୋର୍ଟ ଅଭିମନ୍ୟୁ :- ବରିଷ୍ଠ ସାମ୍ବାଦିକ ଡ. ଜୀମୂତ ବାହାନ ମଙ୍ଗରାଜଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଯାଁଳା ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ୬୪ ବର୍ଷ ହୋଇଥିଲା । ସତ୍ୟନଗର ଶ୍ମଶାନରେ ତାଙ୍କର ମରଶରୀରକୁ ଦାହ କରାଯାଇଛି । ପୁଅ ଅମୃତ ମଙ୍ଗରାଜ ଓ ଝିଅ ରିତୁପର୍ଣ୍ଣା ମଙ୍ଗରାଜ ମୁଖାଗ୍ନି ଦେଇ ପିତା ଙ୍କୁ ଚିର ବିଦାୟ ଦେଇଛନ୍ତି ସୂଚନା ଯୋଗ୍ୟ ,  ଶ୍ରୀ ମଙ୍ଗରାଜ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟସ୍ଥ ତାଙ୍କ ଗାଁ ସରପାରିକୁ ଯାଇ ମା’ଙ୍କୁ ଔଷଧ ଦେଇ ସ୍କୁଟି ଯୋଗେ ଭୁବନେଶ୍ୱର ଆସୁଥିଲେ ।

ଜାତୀୟ ରାଜପଥ ଯାଁଳା ହସ୍ପିଟାଲ ନିକଟ ଓଭରବ୍ରିଜ୍ ଦେଇ ଯିବାବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯାଁଳା ଫାଣ୍ଡି ପୁଲିସ ପହଞ୍ଚି ଜୀମୂତଙ୍କୁ ଏମ୍ସ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୁହଁ କ୍ଷତବିକ୍ଷତ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା । ତେବେ ଘଟଣାସ୍ଥଳରେ ପଡ଼ିଥିବା ମୋବାଇଲ ଓ ପରିଚୟପତ୍ରରୁ ସେ ଜଣେ ସାମ୍ବାଦିକ ବୋଲି ଜଣାପଡ଼ିଥିଲା । ଏହାପରେ ପୁଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଜୀମୂତଙ୍କ ଶବ ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ ହେବ ବୋଲି ଯାଁଳା ଫାଣ୍ଡି ଅଧିକାରୀ ପ୍ରସନ୍ନ ନାୟକ କହିଛନ୍ତି ।

ଏହାସହ କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଇଛି, ସେ ନେଇ ପୁଲିସ ଖୋଳତାଡ୍ କରୁଛି । ସେ ସାମ୍ବାଦିକତା କରିବା ସହ ଲେଖକ ଭାବେ ନିଜର ପରିଚୟ ସୃଷ୍ଟି କରପାରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ‘ବିଜୁ ପଟ୍ଟନାୟକ’ଙ୍କ ନାମରେ ସେ ଏକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକ ପାଇଁ ସେ ଅନେକ ପୁରସ୍କାର ସମେତ ପ୍ରଶଂସା ପାଇଥିଲେ । ଏଥିସହିତ ସାପ୍ତାହିକ ‘ନେତା’ ଓ ‘ଲାଇଫଲାଇନ୍‌’ ସମ୍ବାଦପତ୍ରର ସେ ସଂପାଦକ ଥିଲେ । ଏହାସହ ସେ ୩ଟି ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ସାମ୍ବାଦିକତା ଜୀବନରେ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କର ନେଇଥିବା ସାକ୍ଷାତକାରକୁ ନେଇ ‘ମୁହାଁମୁହିଁ’ ନାମକ ଏକ ପୁସ୍ତକ ସଂକଳନ କରିଛନ୍ତି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

୧୯୮୧ ମସିହାରେ ଶ୍ରୀ ମଙ୍ଗରାଜ ସାମ୍ବାଦିକତା କ୍ୟାରିୟର ‘ଖବର କାଗଜ’ ନାମକ ଏକ ସମ୍ବାଦପତ୍ରରୁ ଆରମ୍ଭ କରିଥିଲେ । ଏହାପରେ ପିଟିଆଇ, ସମ୍ବାଦ ଓ ସମାଜରେ କିଛିବର୍ଷ କାର୍ଯ୍ୟ କରିଥିଲେ । ସେ ସଚିବାଳୟ ସାମ୍ବାଦିକ ସଙ୍ଘର ନେତୃତ୍ୱ ନେବା ସହିତ ଉତ୍କଳ ସାମ୍ବାଦିକ ସଂଘ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ବିଭିନ୍ନ ଦାବିକୁ ଉପସ୍ଥାପନ କରୁଥିଲେ । ପରେ ସେ ମୁକ୍ତବୃତ୍ତି ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ମଙ୍ଗରାଜଙ୍କ ପତ୍ନୀ ଜ୍ୟୋସ୍ନା ରାଉତରାୟ ମଧ୍ୟ ଜଣେ ପ୍ରତିଷ୍ଠିତ ଲେଖିକା ଓ ସାମ୍ବାଦିକା ଥିଲେ । ୫ବର୍ଷ ତଳେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା, ସୂଚନା ଓ ଲୋକସଂପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବରିଷ୍ଠ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସମେତ ବହୁ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅପରାହ୍ନ ରେ ଏମସ ହସ୍ପିଟାଲରୁ ଶ୍ରୀ ମଙ୍ଗରାଜ ଙ୍କ ଶବ ବ୍ୟବଚ୍ଛେଦ ପରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଶ୍ମସାନ ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ଏବଂ ଶ୍ରୀ ମଙ୍ଗରାଜ ଙ୍କ ପୁଅ ଅମୃତ ମଙ୍ଗରାଜ ଓ ଝିଅ ରିତୁପର୍ଣ୍ଣା ମଙ୍ଗରାଜ ମୁଖାଗ୍ନି ଦେଇ ପିତା ଙ୍କୁ ଚିର ବିଦାୟ ଦେଇଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ ର ସମ୍ପାଦକ ତଥା ନେତା ପେପର ର ସାମ୍ବାଦିକ ଅଭିମନ୍ୟୁ ମହାରଣା ଶ୍ରୀ ମଙ୍ଗରାଜଙ୍କର ଶେଷ କୃତ୍ୟ ରେ ସାମିଲ ହୋଇ ପରିବାର କୁ ସମବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Abhimanyu Maharana :- ମୋର ଗୁରୁ ,ହାତ ଧରି reporting ଶିଖାଇଥିଲେ । ତାଙ୍କଠାରୁ reporting ଶିଖି ଥିଲି । ମୋର ସାମ୍ବାଦିକ କେରିୟର ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ତାଙ୍କ ଦ୍ୱାରା ପ୍ରକାଶିତ ନେତା ଖବର କାଗଜରେ ବହୁ ଦିନ ଧରି କାମ କରିଛି । ଆଜି ମୁ ମୋର ଗୁରୁଙ୍କୁ ହରାଇଲି । ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ( Jimuta Mangaraj ) ଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ଖବରପାଇ ମୁଁ ଗଭୀର ଦୁଃଖିତ ଓ ମର୍ମାହତ l ଓଁ ଶାନ୍ତି

Exit mobile version