ଗୋଷାଣୀ ବ୍ଲକ ବୋମିକା ଗ୍ରାମରେ ତେଲୁଗୁ ଇନାଡୁ ପତ୍ରିକାର ପୁର୍ବତନ ପ୍ରତିନିଧି ସ୍ୱର୍ଗତ କୃଷ୍ଣ ପ୍ରାସାଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବୋମିକା ଗ୍ରାମରେ ଗତକାଲି ପୂର୍ବତନ ତେଲୁଗୁ ଖବରକାଗଜ “ଇନାଡୁ”ର ଖବରଦାତାସ୍ଵର୍ଗତ କେ.କୃଷ୍ଣ ପ୍ରସାଦ ରାଓଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି । ଏହି ପ୍ରତିମୂର୍ତ୍ତୀର ସମସ୍ତ ଦାୟିତ୍ୱ ମହେନ୍ଦ୍ରଗିରି ଆଶ୍ରମର ମୁଖ୍ୟ ଲକ୍ଷ୍ମୀବାବା ଏବଂ ମହେନ୍ଦ୍ରଗିରି ସତସଙ୍ଗର ସହଯୋଗରେ ଯଜ୍ଞ, ପୂଜା, ବିଧି ଆଦି ଦ୍ୱାରା ସ୍ୱର୍ଗତ ପ୍ରସାଦ ବାବୁଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋପାଳପୁରର ବିଭୂତି ଜେନ୍ନା, ଆଲିଆନା ବିନୟ, ସରପଞ୍ଚ ଏସ୍‌.ବେଣୁ ଏବଂ ପର୍ଶୁରାମ ଜୁନିୟର କଲେଜର ଅଧ୍ୟାପକ, ଅଧ୍ୟାପକିା, ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ରହିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଲକ୍ଷ୍ମୀବାବା, ଆଲିଆନା ବିନୟ, ବିନାୟକ ରାଉତ, ବିଭୂତି ଜେନ୍ନା,

ସମାଜସେବୀ ବରପ୍ରସାଦ ନାଇଡୁ, ଏ୍‌.ରଞ୍ଜିତ ପ୍ରମୁଖ ପ୍ରସାଦ ବାବୁଙ୍କର କର୍ମମୟ ଜୀବନର ଉଲ୍ଲେଖନୀୟ ଅବଦାନ ନେଇ ଗୁଣଗାନ କରି ଗୋଷାଣୀ ବ୍ଲକର ପ୍ରସାଦବାବୁ ଜଣେ ସରଳ, ଅମାୟକ, ସମାଜସେବୀ, ଶାନ୍ତ ଭାବରେ ପରିଚିତ ଥିଲେ ବୋଲି ଆଲୋଚନା କରିଥିଲେ ସ୍ୱର୍ଗତ ପ୍ରସାଦବାବୁ ଗରୀବ ଓ ଅସହାୟଙ୍କ ସାଥି ଥିଲେ ବୋଲି ମଧ୍ୟ କୁହାଯାଇଥିଲା । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ଜଣେ ଖବରଦାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପ୍ରଥମ ଘଟଣା ଅଟେ । ସ୍ୱର୍ଗତ ଖବରଦାତା କେ.କୃଷ୍ଣ ପ୍ରସାଦ ସବୁ ମହଲରେ ପ୍ରଶଂସାର ପାତ୍ର ହୋଇଥିବାରୁ ତାଙ୍କ ସ୍ମୃତି ଉଦେଶ୍ୟରେ ଏପରି କରାଯାଇଛି । ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିବାର ଖବର ପାଇ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ସରୋଜ ବୀର, ସୁଜିତ ବିଶୋୟୀ, ନରସିଂହ ପ୍ରସାଦ ପଟ୍ଟନାୟକ, ସତ୍ୟନାରାୟଣ ମିଶ୍ର, ବୀରକିଶୋର ପଟ୍ଟନାୟକ ପ୍ରମୁଖ ଆୟୋଜକମାନଙ୍କୁ ପ୍ରଶଂସା କରିବା ସହ ବୋମିକା ଗ୍ରାମାର ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।    (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version