ସ୍କେଚର୍ସ ପକ୍ଷରୁ ନୂଆ ଉତ୍ପାଦ ବର୍ଗ ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ସହଯୋଗିତା ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର :-  ବିଶ୍ୱସ୍ତରୀୟ ଲାଇଫ୍‌ଷ୍ଟାଇଲ୍ ଓ ଫୁଟ୍‌ଓୟାର୍ ବ୍ରାଣ୍ଡ୍ ସ୍କେଚର୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ ସମ୍ଭାର ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି । ଅନନ୍ୟାଙ୍କ ସହ ମିଶି କଂପାନି ଏହାର ନୂତନ ଉତ୍ପାଦ ସ୍କେଚର୍ସ ଏନର୍ଜି ରେସର୍ ଓ ସ୍କେଚର୍ସ ଡିଲାଇଟ୍‌କୁ ମହିଳା ଓ ପୁରୁଷମାନଙ୍କ ପାଇଁ ଉନ୍ମୋଚନ କରିବ । ଏହି ସହଯୋଗିତା ଜରିଆରେ କଂପାନି ଏହାର ଅରିଜିନାଲ୍ସ କିପ୍ ମୁଭିଙ୍ଗ୍ ଅଭିଯାନକୁ ସମ୍ପ୍ରସାରିତ କରିଛି । ଏ ସମ୍ପର୍କରେ ସ୍କେଚର୍ସ ଦକ୍ଷିଣ ଏସିଆର ସିଇଓ ରାହୁଲ ଭିରା କହିଛନ୍ତି ଯେ, “ଅନନ୍ୟାଙ୍କ ସହିତ ମିଶି ଆମେ ଦୁଇ ଗୁଣା ଉଲ୍ଲସିତ ଓ ଆମେ ଭାରତରେ ଆମର ଏନର୍ଜି ରେସର୍ ସହିତ ଡିଲାଇଟ୍ ବର୍ଗକୁ ଉନ୍ମୋଚନ କରିଛୁ ଯାହା ଉନ୍ମୋଚନ ହେବା ପର ଠାରୁ ସ୍ନିକର୍ ପ୍ରେମୀଙ୍କ ପସନ୍ଦରେ ପରିଣତ ହୋଇଛି । ଷ୍ଟାଇଲ୍ ସହିତ ଫେସନ୍‌କୁ ଯୋଡ଼ିବା ପ୍ରକ୍ର୍ରିୟା ଜାରି ରଖିବା ସହ ଆମେ ଏଥିରେ ନୂତନତାର ଭାବ ଯୋଡ଼ିଛୁ ଯାହା ସବୁ ପ୍ରକାର ସ୍ୱାଦ ପ୍ରଦାନ କରିବ ଓ ଆମର ବିଶ୍ୱାସ ରହିଛି ଯେ ଅନନ୍ୟାଙ୍କ ସହିତ ନୂଆ ସ୍କେଚର୍ସ ଅଭିଯାନ ଯୁବବର୍ଗଙ୍କ ଅସଲି ଭାବକୁ ପାଳନ କରି ସେମାନଙ୍କୁ ଦୃଢ଼ ଷ୍ଟାଇଲ୍ ପ୍ରଦାନ କରିବ ଏବଂ ସେମାନଙ୍କୁ ଆମର ସ୍ୱତନ୍ତ୍ର ଡିଜାଇନ୍ ପ୍ରଦାନ କରିବ ।’’

ଏହି ସହଯୋଗିତା ସମ୍ପର୍କରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କହିଛନ୍ତି ଯେ, “ଏହି ଉତ୍ପାଦ ସମ୍ଭାରକୁ ମୁଁ ଚାହିଁ ରହିଥିଲି । ଯେତେବେଳେ ସ୍କେଚର୍ସର କୌଣସି ନୂଆ ସମ୍ଭାର ଆସେ ମୁଁ ଉତ୍ସାହିତ ହୋଇପଡ଼େ । ସ୍କେଚର୍ସ ଡି’ଲାଇଟ୍ ବର୍ଗ ମୋର ପସନ୍ଦ ଏବଂ ଏନର୍ଜି ରେସର୍ ହେଉଛି ଏହାର ସମ୍ପ୍ରସାରଣ ମାତ୍ର ଯାହା ଜଣାଉଛନ୍ତି ମୁଁ କିଭଳି ଫେସନ୍ ସହିତ ମୋ ଭାବର ପରିପ୍ରକାଶ କରୁଛି । ଏହା ସତ ଯେ ଏହାକୁ ଅରିଜିନାଲ୍ସ କିପ୍ ମୁଭିଂ ଅଭିଯାନର ଅଂଶ ଭାବେ ଉନ୍ମୋଚନ କରାଯାଇଛି ଯାହା ବ୍ୟକ୍ତିଗତ ଭାବେ ମୋତେ ଖୁସି ଦେଇଛି କାରଣ ଏହା ଯେଉଁ ବାର୍ତା ପ୍ରଚାର କରୁଛି ତାହା ଉପରେ ମୋର ଗଭୀର ବିଶ୍ୱାସ ରହିଛି ।’’ ସ୍କେଚର୍ସର ନୂଆ ଉତ୍ପାଦ ସମ୍ଭାର ସାରା ଦେଶରେ ଥିବା ସ୍କେଚର୍ସର ଆଉଟ୍‌ଲେଟ୍‌ଗୁଡ଼ିକରେ ଏବଂ କଂପାନିର ୱେବ୍‌ସାଇଟ୍ ସ୍କେଚର୍ସ ଡଟ୍‌ ଇନ୍‌ରେ ଉପଲବ୍ଧ ହେବ । ୨୦୧୨ ପରଠାରୁ ଭାରତରେ ସ୍କେଚର୍ସ ଇଣ୍ଡିଆ ଏହାର ଯାତ୍ରା ଆରମ୍ଭ କରିଥିବା ବେଳେ କଂପାନି ତରଫରୁ ପୁରୁଷ, ମହିଳା ଓ ଶିଶୁମାନଙ୍କୁ ୩୦୦୦ରୁ ଅଧିକ ପ୍ରକାରର ଡିଜାଇନ୍ ପ୍ରଦାନ କରାଯାଉଛି । ଏହା ବ୍ୟତୀତ କଂପାନି ତରଫରୁ ପୋଷାକ ଓ ଆକ୍‌ସେସୋରିଜ୍ କାରବାରକୁ ମଧ୍ୟ ଏହା ସହ ଯୋଡ଼ାଯାଇଛି ।

Exit mobile version