ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଲେ ସଭାନେତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଆଜି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଜୁ ଜନତା କର୍ମକର୍ତ୍ତା ମାନେ ଯାଇ କଲେଜ ଛକ ଠାରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ବସନ୍ତ ଦାସ, ପାରଳାଖେମୁଣ୍ଡି ବାର ଆସସିଏସନର ସଭାପତି ରାମନାଥ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲାଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ଛାତ୍ର ବିଜେଡ଼ିର ଜିଲ୍ଲା ସଭାପତି ବିଶ୍ବଜିତ ତ୍ରିପାଠୀ, ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡି ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, କୁନା ପଟ୍ଟନାୟକ, ଆନି ସଙ୍କିରି, ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

ନୂତନ ଭାବେ ଗଜପତି ଜିଲ୍ଲାର ମହିଳା ସଭାନେତ୍ରୀ ଶ୍ରୀମତି ପୁର୍ଣବସୀ ନାୟକ ତାଙ୍କ ପ୍ରତିକ୍ରିୟାରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ ମୋତେ ନିଯୁକ୍ତ କରିଥିବା ଯୋଗୁଁ ମୁ ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୋର ଆନ୍ତରିକ ପ୍ରଣାମ ଏବଂ କୃତଜ୍ଞତା ଜଣାଉଛି , ତତ ସଙ୍ଗେ ସଙ୍ଗେ ମହିଳା ରାଜ୍ୟ ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ , ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ଏବଂ ଗଜପତି ଜିଲ୍ଲାର ସମସ୍ତ ଛାମୁଆ ସଂଗଠନ , ଛାତ୍ର ,ଯୁବ ,ମହିଳାଶ୍ରମିକ ,କୃଷକ, ଆଦିବାସୀ , ସଂଖ୍ୟାଲଘୁ , ନଗର ବିଜେଡ଼ି ,ବ୍ଲକ ବିଜେଡ଼ି ଓ ସମସ୍ତ ପଂଚାୟତ ସ୍ତରର ସମସ୍ତ ନେତା ଓ ବିଜୁକର୍ମୀଙ୍କୁ ମୁଁ ମୋର ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣ ମାନଙ୍କ ସହଯୋଗରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ କୁ ସୁଦୃଢ଼ କରିବାକୁ ଅନୁରୋଧ କରୁଛି ।

(ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version