ସଟଡ଼ାଉନ ସମୟରେ ବେଆଇନ ମଦ ବେପାର : ନିପ ପିଛା ଦର ୩୦ଟଙ୍କା ଅଧିକ ଅବକାରୀ ବିଭାଗର ଭୂମିକା ସନ୍ଦେହ ଘେରରେ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ହିଞ୍ଜିଳିକାଟୁ :-  ମହମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ପ୍ରାଣଘାତି ସାଜି ଆତଙ୍କ ରଚିଥିଲା । ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଇ ମାସ ପହିଲାରୁ ସାରା ରାଜ୍ୟରେ ଲକଡ଼ାଉନ ଓ ସପ୍ତାହନ୍ତ ସଟଡ଼ାଉନ ଘୋଷଣା କରାଯାଇଥିଲା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ସ୍ଥିତି ସମାନ୍ୟ ସୁଧୁରିଥଇବା ବେଳେ ଜୁନ ୧୭ ତାରିଖ ସକାଳୁ ଲକଡ଼ାଉନକୁ ହଟାଯାଇ ଅନଲକ-୧ କାର୍ଯ୍ୟକାରୀ କରାଯାଇଛି । ତଥାପି ସପ୍ତାହନ୍ତ ସଟଡ଼ାଉନ (ଶନି ଓ ରବିବାର) ଜାରି ରହିଛି । ଅନଲକ ସମୟରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନ ବଜାର ପ୍ରତ୍ୟହ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିୟମ କରାଯାଇଛି । ଅବଶିଷ୍ଟ ୨ ଦିନ ଶନି ଓ ରବିବାର ସପ୍ତାହନ୍ତ ସଟଡ଼ାଉନ ସମୟରେ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ପ୍ରକାରର ଦୋକାନ ବଜାର ବନ୍ଦ ରଖିବା ପାଇଁ ନିୟମ କାର୍ଯ୍ୟକାରୀ କରାଯାଇଛି । ହେଲେ ସପ୍ତାହନ୍ତ ସଟଡ଼ାଉନ ସମୟରେ ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ସହରରେ ବେଧଡ଼କ ଭାବେ ମଦ କାରବାର ଚାଲୁଥିବାର ଦେଖିବାକୁ ମିଳିଛି ।

ଆଖିଦୃଷ୍ଟିଆ ଭାବେ ମଦ ଦୋକାନ ବନ୍ଦ ରହୁଥିବା ବେଳେ ଗଳବାଟ ନେଇ ମଦ କାରବାର ଜୋର ଧରୁଥିବାର ଦେଖିବାକୁ ମିଳୁଛି । ସପ୍ତାହନ୍ତ ସଟଡ଼ାଉନ ଦିବସର ପୂର୍ବ ଦିବସ ଅର୍ଥାତ ଶୁକ୍ରବାର ଅପରାହ୍ନରୁ ବହୁ ବ୍ୟବସାୟ ବହୁ ପରିମାଣରେ ବିଦେଶୀ ମଦକୁ ଆଣି ନିଜ ଘର ମଧ୍ୟରେ ଗଚ୍ଛିତ ରଖି ବିକ୍ରି କରୁଥିବାର ନଜିର ରହିଛି । ମଦ ଗଚ୍ଛିତ ରଖିଥିବା ବ୍ୟବସାୟୀ ମାନେ ଘର ଠାରୁ କିଛି ଦୂରରେ ଘୁରି ବୁଲିଥିାନ୍ତି । ଫୋନକଲ ମାଧ୍ୟମରେ ଗ୍ରାହକଙ୍କ ଅର୍ଡ଼ର ପାଇବା ମାତ୍ରେ ମଦ ଧରି ହାଜର ହୋଇଥାନ୍ତି । ହେଲେ ଦର ଟିକିଏ ଅଧିକା ରହୁଛି । ଏ ନେଇ ଜଣେ ମଦ୍ୟପ ନିଜ ନାମକୁ ଗୋପନ ସୁତ୍ରରେ କହିଛନ୍ତି ଯେ, ନିଶାକୁ ଆଦରି ନେଇଥିବା ଯୋଗୁଁ ବାଧ୍ୟ ହୋଇ ଦୋକାନ ବନ୍ଦ ରହିଥିଲେ ମଧ୍ୟ କୋର୍ଡ଼ ୱାର୍ଡ଼ ମାଧ୍ୟମରେ ଇଶାରା କଲେ ମଦ ମିଳୁଛି କନ୍ତୁ ଦର ନିପ୍ ପିଛା ୩୦ଟଙ୍କା ଅଧିକ ଦେବାକୁ ପଡ଼ୁଛି । ପୁଲିସ ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡ଼ାଉନ ଦିବସରେ ପେଟ୍ରୋଲିଂ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଏଭଳି ବେଆଇନ କାରବାର ଧରିବାରେ ସକ୍ଷମ ହୋଇପାରୁନାହିଁ । କିଛି ଦିନ ତଳେ ସ୍ଥାନୀୟ ଅବକାରୀ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କାର୍ଡ଼ ମିଳିତ ଚଢାଉ କରି ସ୍ଥାନୀୟ ଥାନା ମକରଝୋଳ ଗ୍ରାମ ନିକଟରୁ ଏକ ବେଆଇନ ବିଦେଶୀ ମଦ କାରଖାନା ଉପରେଚଢାଉ କରି ବିପୁଳ ପରିମାଣରେ ନକଳି ବିଦେଶୀ ମଦ ସମେତ ପାଁକିଂ ଲେବଲ, ଖାଲି ବୋତଲ, ସ୍ପିରିଟ ଓ ଅନ୍ୟାନ ସାମଗ୍ରୀ ଜବତ କରି ବାହାବା ନେଇଥିଲା । ଏପରିକି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡ଼ାଉନ ଦିବସରେ ଚଡାଉ କରି ୨ଟି ପାନ ଦୋକାନ ଓ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଥିଲା । ଏହାପରେ ମଧ୍ୟ ସପ୍ତାହନ୍ତ ସଟଡ଼ାଉନ ସମୟରେ ବେଧଡ଼କ ଭାବେ ଲୁଚାଛପାରେ ମଦ କାରବାର ଚାଲୁ ରହିଛି । ଏ ଦିଗରେ ପୁଲିସ ଓ ଅବକାରୀ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version