ଆଶା ଓ ଆଙ୍ଗନବାଡ଼ି କର୍ମୀ ଙ୍କୁ ପିପି କିଟ ବଣ୍ଟନ ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କଲେ ନଳୀନ ରାୟ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍‌ ରବିବାରବାଙ୍କୀ :- କରୋନା କୁ ରୋକ ଲଗେଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି।ରାଜ୍ୟ ସରକାର ତାଲା ବନ୍ଦ କରି କିଛିଟା କରୋନା କୁ ସଂକ୍ରମଣ ପାଇଁ ଚେକ କରିଛନ୍ତି।ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ସେମାନଙ୍କୁ ହୋମ ଆଇସୋଲେସନ ରେ ରଖା ଯାଇ ଚିକିତ୍ସା କରାଯାଉଛି ଆଶା ଓ ଆଙ୍ଗନବାଡ଼ି କର୍ମୀ ମାନେ ସେମାନଙ୍କ ତଥ୍ୟ ଓ ସ୍ୱାସ୍ଥ୍ୟ ର ସୂଚନା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅବଗତ ଦୈନିକ କରୁଛନ୍ତି।କରୋନା କୁ ପ୍ରତିରୋଧ କରିବା ପାଇଁ ସରକାର ଙ୍କ ପକ୍ଷରୁ ଲୋକମାନଙ୍କୁ କରୋନା ପ୍ରତିଷେଧକ ଟିକା ଚିକିତ୍ସାଳୟ ରେ ପ୍ରଦାନ କରାଯାଇଛି ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ମାଧ୍ୟମରେ ଲୋକ ମାନଙ୍କୁ ଟିକା ପ୍ରଦାନ ପାଇଁ ଟୋକନ ପ୍ରଦାନ

ଘର ଘର ବୁଲି କରାଯାଉଛି।କିଛି ଦିନ ତଳେ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କ ମାଧ୍ୟମରେ ଘର ଘର ବୁଲି ଅକ୍ସି ମିଟର ଓ ଥର୍ମସ୍କାନର ଦ୍ୱାରା ସ୍ୱାସ୍ଥ୍ୟ ତାପମାତ୍ରା ଓ ଅକ୍ସିଜେନ ସ୍ତର ମାପିବା ପାଇଁ ବିଧାୟକ ମାନଙ୍କ ଦ୍ୱାରା ବିଧାୟକ ଉନ୍ନୟନ ପାଣ୍ଠିରୁ ଥର୍ମସ୍କାନର ଓ ଥର୍ମସ୍କାନର ବଣ୍ଟନ କରାଯାଇଛି।ଆଶା ଓ ଅଙ୍ଗନବାଡି କର୍ମୀ ଦୈନିକ ବିଭିନ୍ନ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉକ୍ତ ମିସିନ ଦ୍ୱାରା କରି ଯାହାର କରୋନା ର ଲକ୍ଷଣ ପରିଲକ୍ଷିତ ହେଉଛି ସେମାନଙ୍କ ସ୍ୱାବ ଭ୍ରାମ୍ୟ ମାଣ ସ୍ୱାବ ସଂଗ୍ରହ ଗାଡି ରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ସହଯୋଗ ରେ ସଂଗ୍ରହ କରାଯାଇ ସ୍ୱାବ ପରୀକ୍ଷା କରାଯାଇ ଓ କିଛି ବ୍ୟକ୍ତି ଚିକିତ୍ସା ଲୟ କୁ ଯାଇ ସ୍ୱାବ ପରୀକ୍ଷା କରାଉ ଛନ୍ତି।ଉକ୍ତ ଆକ୍ରାନ୍ତ ମାନଙ୍କୁ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ପ୍ରଦାନ କରାଯାଉଛି ଆଶା ଓ ଆଙ୍ଗନବାଡ଼ି କର୍ମୀ ଆକ୍ରାନ୍ତ ଙ୍କୁ ଔଷଧ

ଖାଇବା ପ୍ରଣାଳୀ ବୁଝାଉ ଛନ୍ତି। ଆଶା ଓ ଆଙ୍ଗନବାଡ଼ି କର୍ମୀ ବିଭିନ୍ନ ଲୋକ ଙ୍କ ସଂସ୍ପର୍ଶରେ ଆସୁଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଏବଂ କୋଭିଡ଼ ଆକାନ୍ତ ଙ୍କୁ ଔଷଧ ପ୍ରଦାନ କରୁଥିବା ସହ ଗାଁ ଗାଁ ରେ କରୋନା ସଚେତନତା କରୁଥିବା ରୁ ସେମାନଙ୍କୁ ପିପି କିଟ ସରକାର ପ୍ରଦାନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବାଙ୍କୀ ର ସମାଜିକ କର୍ମୀ ନଳୀନ ରାୟ ସରକାର ଙ୍କୁ ଅନୁରୋଧ କରିଛନ୍ତି।କରୋନା ସଂକ୍ରମଣ କେବେ କାହାକୁ ଆକ୍ରାନ୍ତ କରିବ ତାହା କହି ହେବ ନାହିଁ ।ବିନା ପିପି କିଟ ରେ ଆଶା ଓ ଅଙ୍ଗନ ବାଡ଼ି କର୍ମୀ ଜନସାଧାରଣ ଙ୍କ ପାଖକୁ ଘର ଘର ବୁଲିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିବା ବିପଦ

ସଙ୍କୁଳ ବୋଲି ସାମାଜିକ କର୍ମୀ ଶ୍ରୀ ରାୟ ସରକାର ଙ୍କୁ ଅବଗତ କରିବା ସହ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ ପିପି କିଟ ବଣ୍ଟନ ପାଇଁ ପ୍ରୟାସ କରିବା ପାଇଁ।ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ ନିକଟରେ ଶାଢ଼ୀ ବଣ୍ଟନ କରିଥିଲେ ଏହା ସୁନ୍ଦର ପଦକ୍ଷେପ ଯଦି ଆଶା ଓ ଆଙ୍ଗନବାଡ଼ି କର୍ମୀଙ୍କୁ ପିପି କିଟ ବଣ୍ଟନ କରିବା ସହ ରାଜ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ କରି ରାଜ୍ୟ ର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କୁ ପିପି କିଟ ବଣ୍ଟନ କରାଯାଇ ପାରିଲେ ବହୁ ଆଶା ଓ ଆଙ୍ଗନ ବାଡ଼ି କର୍ମୀ ଉପକୃତ ହେବା ସହ କରୋନା ସେମାନଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ବୋଲି ଶ୍ରୀ ରାୟ ଅନୁରୋଧ କରିଥିଲେ।        ରିପୋର୍ଟ ଗୌତମ ମିଶ୍ର

Exit mobile version