Home ଓଡ଼ିଶା ପୂର୍ତ୍ତ ବିଭାଗ ଅବହେଳା ରୁ ବାଙ୍କୀ କଟକ ମୁଖ୍ୟ ରାସ୍ତା ୨ ଘଣ୍ଟା ବନ୍ଦ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ବାଙ୍କୀ :- ବାଙ୍କୀ ଏନଏସି ର ବେଦପୁର ଗ୍ରାମ ର ଷଷ୍ଟି ଦେବୀ ଙ୍କ ମନ୍ଦିର ନିକଟ ରେ ଏକ ଦେବଦାରୁ ଗଛ ମଧ୍ୟାହ୍ନ ରେ ଏକ ହାଲିଆ ପବନ ରେ ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ପଡି ରାସ୍ତା ବନ୍ଦ କରିଥିଲା।ସୂଚନା ଯୋଗ୍ୟ ଏହି ବୃକ୍ଷ ଟି ବରିଷ୍ଠ ଶିକ୍ଷକ ରତ୍ନ ଗୋପି ମୋହନ କର ଙ୍କ ଗୃହ ସମୁଖ ରେ ଥିଲା ଓ ରାସ୍ତା ଆଡକୁ ଲଈଁ କରି ଥିଲା ଗ୍ରାମ ର କିଛି ଯୁବକ ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ।ପୂର୍ତ୍ତ ବିଭାଗ ଏ ଘଟଣା କୁ ଏତେ ଗୁରୁତ୍ୱ ନନେଇ ଆରାମ ରେ ବସି ରହିଥିଲା ଯାହା ଫଳରେ ବିଭାଗ ର ଅବହେଳା ରୁ ଗଛ ଟି କରାଯାଇ ନଥିବାରୁ ଆଜି ଗଛ ଭାଙ୍ଗି ୨ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା।ରାସ୍ତାରେ ଆମ୍ବୁଲାନ୍ସ ଓ ବିଭିନ୍ନ ଅତ୍ୟାବଶ୍ୟକୀୟ ସମଗ୍ର ନେଇ ଯାଉଥିଲା ଗାଡି ଅଟକ ରହିଥିଲା।ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମ୍ବାଦିକ ଗୌତମ ମିଶ୍ର ଅଗ୍ନିଶମ ବିଭାଗ କୁ ଫୋନ କରିବା ପରେ ବାଙ୍କୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଫୁଲ ଓଝା ଉକ୍ତ ସ୍ଥାନରେ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହ ପହଞ୍ଚି ଗଛଟି କୁ ମିସିନ କଟର ସାହାଯ୍ୟ ରେ କାଟି ରାସ୍ତା କୁ ସଫା କଲା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ବାଙ୍କୀ ପୂର୍ତ୍ତ ବିଭାଗ ର ଏହିପରି ଦାଇତ୍ୱ ହୀନତା ର ତଦନ୍ତ ଆବଶ୍ୟକ ବୋଲି ବାଙ୍କୀ ର ବହୁ ବୁଦ୍ଧି ଜୀବୀ ପ୍ରକାଶ କେରିବା ସହ କହିଛନ୍ତି ଯଦି କୌଣସି ବ୍ୟକ୍ତି ଉକ୍ତ ରାସ୍ତା ରେ ଯାଉଥିବା ବେଳେ ଏହି ଗଛ ଭାଙ୍ଗିଥାନ୍ତା ତେବେ କଣ ହୋଇଥାନ୍ତା।ସରକାର ଏହାର ତଦନ୍ତ କରିବା ଅବଶ୍ୟକ ବୋଲି ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି। ରିପୋର୍ଟ ଗୌତମ ମିଶ୍ର Categories: ଓଡ଼ିଶା, କଟକ, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026