କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ଜୟନ୍ତୀ

ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର) ବରଗଡ଼ :- ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ଭାଷା,ଲୋକକଳା ସଂସ୍କୃତି, ଶବ୍ଦନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଳ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୯୧ ତମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ କୁମ୍ଭାରୀ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କୁମ୍ଭାରୀ ଗାମ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କେଦାର ମିଶ୍ର ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ମୃତି କମିଟୀ ସଂପାଦକ ପ୍ରଦୀପ ଦେବତା, ଭାଗବତ ପଧାନ, ଯୁଗଳ ପ୍ରସାଦ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେଜୁରୁ ବାରିକ,ଦଧିବାମନ ଶତପଥୀ, ଦାମୋଦର ରାଉତ, ଶିବାନନ୍ଦ ମଟାରୀ, ଉଦ୍ଧବ ବେହେରା,

ଲୁଲୁ ରବୀନ ଦାସ,ତୁଳସୀ ଚରଣ ଦାଶ, ଭୂବନ ଭୋଇ, ବସୁଦେବ ପଧାନ,ସେବାନନ୍ଦ ନାଏକ, ଗଦାଧର ବରିହା, ଆଦି ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଗୁରୁ ଭଗବାନ ସାହୁଙ୍କ ନମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଓ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁ ଭଗବାନ ସାହୁଙ୍କ ନାମରେ ଏକ ଶ୍ରେଣୀ କକ୍ଷ ନାମିତ କରିବାକୁ ମତପ୍ରକାଶ ପାଇଥିଲା ।

ଶବ୍ଦନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପାଇଁ ଜିଲ୍ଲା ସ୍ମୃତି କମିଟୀ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ଠାରେ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପୂର୍ବରୁ ଗୁରୁ ଭଗବାନ ସାହୁ ଙ୍କ ସମାଧି ପୀଠ ଏବଂ ଗ୍ରାମରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା । ସୀତାରାମ ସାହୁ, ଗୋପବନ୍ଧୁ ସାହୁ, ଧିରେନ ସାହୁ, ଲୋକପାଲ ପଟେଲ,କେତନ ସାହୁ, ଗତିକୃଷ୍ଣ ପଧାନ, ପବିତ୍ର ସାହୁ, ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ରବି କରତି ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version