
ତାଜା ନ୍ୟୁଜ (୨୬ ଜୁନ୍ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଶିକ୍ଷକ ଦିଲ୍ଲୀପ କୁମାର ଦାଶ ଭତ୍ତା ବଣ୍ଟନ କରିବାକୁ ଯାଇ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା ।ସୂଚନା ଅନୁଯାୟୀ ମହିପୁର ନୋଡାଲ ହାଇସ୍କୁଲ ର ଶିକ୍ଷକ ଦିଲ୍ଲୀପ କୁମାର ଦାଶ ମହିପୁର ପଞ୍ଚାୟତ ର ପୋଖରା , ପାଟୁଳି ସାହି ଆଦି ବିଭିନ୍ନ ଗ୍ରାମରେ ଭତ୍ତା ବଣ୍ଟନ କରିଥିଲେ । ଭତ୍ତା ବଣ୍ଟନ ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଗୁରୁତର ହେବାରୁ ସେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ ।

