ସେବାରେ ଆନ୍ତର୍ଜାତିକ ନିଶା ବିରୋଧୀ ଦିବସ ପାଳିତ

ତାଜା ନ୍ୟୁଜ (୨୬ ଜୁନ୍‌ ଶନିବାରନୟାଗଡ :- ନୟାଗଡ଼ ଜିଲାରେ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ ସେବା ପରିସରରେ ଆଜି ଆନ୍ତର୍ଜାତିକ ନିଶା ବିରୋଧୀ ଓ ଅବୈଧ ଚାଲାଣ ଦିବସ କୋଭିଡ -19 ନିୟମ କୁ ମାନି ପାଳନ କରାଯାଇଛି l  ସେବା ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଶା ସେବନ ଓ ଏହାର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁ ପ୍ରଭାବ ଉପରେ ଆଲୋକପାତ କରିଥିଲେ l

ନିଶା ପରିତ୍ୟାଗ କେନ୍ଦ୍ରର ଯୋଗ ଶିକ୍ଷକ ଭଞ୍ଜକିଶୋର ଯତି ନିଶା ପରିତ୍ୟାଗ ଦିଗରେ ଯୋଗ ଓ ପ୍ରାଣାୟାମ ର ଭୂମିକା ଉପରେ ଧାରଣା ପ୍ରଦାନ କରିଥିଲେ l ସାମାଜିକ କର୍ମୀ ବିଜୟ କୁମାର ବେହେରା ଓ ମାର୍ଗଦଶକ ପୂର୍ଣ୍ଣ ଚନ୍ଦ୍ର ସାହୁ ନିଶା ଅଭ୍ୟାସ ଜନିତପାରିବାରିକ ଓ ସାମାଜିକ ସମସ୍ୟା ଓ ଏହାର ସମାଧାନ ତଥା ନିଶା ପ୍ରତ୍ୟାଗ ପରେ ସମାଜ ର ମୁଖ୍ୟ ଶ୍ରୋତର କିପରି ସାମିଲ ହୋଇପାରିବେ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l

ସେବା ନିଶା ପରିତ୍ୟାଗ କେନ୍ଦ୍ରର ସେବିକା ସରୋଜିନୀ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସେବାର କର୍ମଚାରୀ ଚିତ୍ତରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ରଜବନ୍ଧୁ ବେହେରା ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ 15ଜଣ ଅନ୍ତେ ବାସୀଙ୍କ ସହ ସମୁଦାୟ 35ଜଣ ଅଂଶ ଗ୍ରହଣ କରିଥିଲେ l (ରିପୋର୍ଟ-ରାମକୃଷ୍ଣ ରଥ) 

Exit mobile version