ତାଜା ନ୍ୟୁଜ (୨୬ ଜୁନ୍ ଶନିବାର) ନୟାଗଡ :- ନୟାଗଡ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗ ଏସଆଇ ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣା ରୁ ପ୍ରକାଶ ଯେ , ମଦ ଜବତ ହୋଇଥିବା ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଅବକାରୀ ଅଫିସକୁ ଯାଇଥିଲେ ଏବଂ ଜବତ ହୋଇଥିବା ମଦ ର ଫଟ ଉଠାଇବା ସମୟରେ ଏସଆଇ ଧନଞ୍ଜୟ ପାତ୍ର ସାମ୍ବାଦିକ ମାନଙ୍କୁ କାହିଁକି ଫଟ ଉଠାଉଛ କହି ଠେଲାପେଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବାପରେ ଏସଆଇ ଧନଞ୍ଜୟ ଙ୍କୁ ଥାନା କୁ ଅଣାଯାଇଥିଲା । କିନ୍ତୁ ଥାନା ପଛପଟେ ଛାଡି ଦିଆଗଲା । ଏସଆଇ କୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଜି ସକାଳୁ ଜିଲ୍ଲା ର ସମସ୍ତ ଡିଜିଟାଲ ମିଡିଆ , ପ୍ରିଣ୍ଟ ମିଡିଆ ଏବଂ ବୈଦୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଧାରଣାରେ ଯୋଗଦେବେ ।
