
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ବାଲିଗୁଡ଼ା : – କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ କରିବା କୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ, ତୁମୁଡ଼ିବନ୍ଧ ସମେତ ବିଭିନ୍ନ ପଞ୍ଚାୟତ ରେ ବିଡ଼ିଓ ରୀନା ପ୍ରଧାନ, ଜିପିଓ ଭୀମସେନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଘ୍ନେଶ୍ୱର ଦିଗାଲ ମିଳିତ ଭାବେ ଏହି ବୈଠକ ରେ ସାମିଲ ହୋଇଥିଲେ ।

