ମୁଖ୍ୟ ଚିକିତ୍ସାଳୟ ଠାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବରା ଭର୍ଚୁଆଲ ମେଡ଼ିକାଲ୍ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ

 

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍‌ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚୁଆଲ ମୋଡରେ ମେଡିକାଲ ଅକ୍ସିଜେନ (ଏଲ ଏମ୍ ଓ ୬କେଜି) ସଂରକ୍ଷଣ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭର୍ଚୁଆଲ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍- ୧୯କୁ ନେଇ ବହୁ ଚିନ୍ତିତ ଅଛନ୍ତି l କରୋନା ଭଳି ମହାମାରୀ ରୋଗରେ ଅକ୍ସିଜେନର ଅଭାବ କୁ ଦୁର କରିବା ପାଇଁ ମୂଖ୍ୟମନ୍ତ୍ରୀ ଏହି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ଗଜପତି ଜଲ୍ଲାପାଳ ଅନୁପମ ଶାହା,ସିଡିଏମ୍ଓ ପ୍ରଦୀପ ପାତ୍ର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version