Home ଅପରାଧ ହିଞ୍ଜିଳି ପୁଲିସ ପଞ୍ଝାରେ ୧୩ ଜୁଆଡି ; ୯୧ ହଜାର ଟଙ୍କା ସମେତ ୧୦ ମୋଟର ସାଇକେଲ ଜବତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ହିଞ୍ଜିଳିକାଟୁ :- ଗୁରୁବାର ରାତିରେ ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଲିସ ପଞ୍ଝାରେ ୧୩ ଜୁଆଡି ପଡ଼ିଥିବା ବେଳେ ସେମାନଙ୍କ ନିକଟରୁ ୯୧ ହଜାର ଟଙ୍କା ଓ ୧୦ଟି ମୋଟର ସାଇକେଲ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ସଦର ଥାନା ଝାଡାଙ୍କୁଲିର ଶୁକଦେବ ସାହୁ, ନିମଖଣ୍ଡିର ରଞ୍ଜନ କୁମାର ସାହୁ, ହୁଗୁଳାପଟ୍ଟର ନବୀନ ସ୍ବାଇଁ, ସନ୍ତୋଷ ସ୍ବାଇଁ, ନିମଖଣ୍ଡିର ଚନ୍ଦନ କୁମାର ସାହୁ, ଭାଵିନିପୁରର ଶାନ୍ତନୁ ମହାପାତ୍ର, ବ୍ରହ୍ମପୁର ଟାଉନ ଥାନା ଗେଟ୍ ବଜାର ଅଞ୍ଚଳର ବି ଅନିଲ କୁମାର ରାଓ, ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି ଶ୍ରୀନଗର ସାହିର ବି ରାବଣ ରେଡ଼ି, ଲାଞ୍ଜିପଲ୍ଲୀ ରାମନଗର ଅଞ୍ଚଳର ରବିଶଙ୍କର ନନ୍ଦ, ପୁରୁଷୋତ୍ତମପୁର ଥାନା ଭାଵନ୍ଧ ଗ୍ରାମର ଅଜୟ କୁମାର ତ୍ରିପାଠୀ, କନକ ସାହିର ସ୍ବରାଜ ପ୍ରଧାନ ଓ ଭାଟକୁମରଡା ଗ୍ରାମର ଜଗନ୍ନାଥ ସାହୁ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୩୫/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଗଢ଼ି ଉଠିଥିଲା । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଫୋର୍ସ ଗଠନ କରାଯାଇଛି । ଗତ କିଛି ଦିନ ଧରି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ଜୁଆଡି ମାନେ ଗାଁ ସାହି, କୋଠଘର ପରେ ବର୍ତ୍ତମାନ ନିକାଞ୍ଚନ ଗ୍ରାମ୍ୟ ଜଙ୍ଗଲ ଓ ବିଲମାଳ ଅଞ୍ଚଳକୁ ସୁରକ୍ଷିତ ଜୁଆ ଆଡ୍ଡା ସ୍ଥଳ ଭାବେ ବାଛି ନିର୍ଭୟରେ ଜୁଆର ଆସର ଜମାଉଛନ୍ତି । ଗୁରୁବାର ରାତିରେ ସ୍ଥାନୀୟ ଥାନା ବରପଲ୍ଲୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଏକ ଜୁଆ ଆଡ୍ଡା ଚାଲିଥିବା ବେଳେ କୈାଣସି ସୁତ୍ରରୁ ପୁଲିସ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ବାସୁଦେବ ଭୋଇ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ସରୋଜ କୁମାର ରଣସିଂହ, ଅନନ୍ତ ରଣସିଂହ, ପିଏସ ଦଳେଇ ଓ ଓଏପିଏଫ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଆଡ୍ଡା ଉପରେ ଚଢ଼ଉ ଜୋରଦାର କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ ) Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026