୩ ପଞ୍ଚାୟତ ଓ ପୈାରାଞ୍ଚଳର ୨ଟି କେନ୍ଦ୍ରରେ ୨୩୫୪ ଜଣଙ୍କ ଟିକା ଗ୍ରହଣ : ରାଳବ ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା କୁ ଫୁ’

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍‌ ଶୁକ୍ରବାର ) ହିଞ୍ଜିଳିକାଟୁ  :- ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଗତ ୨୧ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣର ବଡ ଅଭିଯାନ। ନ୍ୟାସନାଲ ଭ୍ୟାକ୍ସିନେସନ ପ୍ରୋଗ୍ରାମ ଅଧୀନରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟୀକାକରଣ। ବ୍ଳକ ସ୍ତରରୁ ଟୀକାକରଣ ଆରମ୍ଭ କରି ଦୈନିକ ୩ ଲକ୍ଷ ଡୋଜ ଦେବାକୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ। ୫୦ ପ୍ରତିଶତ ଅନ ଲାଇନ ଓ ୫୦ ପ୍ରତିଶତ ଅନ ସାଇଟ ଅର୍ଥାତ ଟୀକାକରଣ କେନ୍ଦ୍ରରେ ପଞ୍ଜିକରଣ କରି ଟୀକା ନେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଦ୍ବିତୀୟ ଡୋଜ ଟୀକା ନେବା ସମୟ ହୋଇଥିବା ବ୍ୟକ୍ତି ଗୁରୁତ୍ୱ ଦିଆଯିବାକୁ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୋୖରାଞ୍ଚଳର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ,ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଓ ବ୍ଳକର ରାଳବ,ବୁରୁପୋଡା ଓ ମକରଝୋଳ ଠାରେ ଶୁକ୍ରବାର ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟୀକାକରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା ।

ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ୪୩୦ ଜଣ, ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ରରେ ୩୫୭ ଜଣ ବ୍ୟକ୍ତି ଟୀକା ନେଇଥିଲେ।ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ସହରର ୨ ଟି ଟୀକାକରଣ କେନ୍ଦ୍ରର ସୁପରିଚାଳନା କରିଥିଲା ବେଳେ ବିଡିଓ ସୁବ୍ରତ କୁମାର ଜେନା ରାଳବ, ବୁରୁପୋଡା ଓ ମକରଝୋଳ ପଞ୍ଚାୟତ ଟୀକାକରଣ କେନ୍ଦ୍ରର ସୁପରିଚାଳନା କରିଛନ୍ତି। ରାଳବରେ ୫୩୯, ବୁରୁପୋଡାରେ ୪୧୫ ଓ ମକରଝୋଳ ଟିକାକରଣ କେନ୍ଦ୍ରରେ ୬୧୩ ଜଣ ଟୀକା ନେଇଥିଲେ। ହରିହର ଚୈଧୁରୀ,ଅଶୋକ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର,ଇ କିଶାନ କୁମାର ପାତ୍ର, ଝିଲି ବେହେରା, ରୀତୁ ସ୍ବାଇଁ, ଵେହେରା,କିରଣ ନାହାକ,ଛବି ପଣ୍ଡା, ପିଇଓ ଶୁସାନ୍ତ କୁମାର ପାତ୍ର, ଲୋକନାଥ ପାଢି, ବୈଷ୍ଣବ ମଣ୍ଡଳ, ଗାଁ ସାଥି, ଜିଆରଏସ, ଏଏନଏମ, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟ ପକ୍ଷରେ ରାଳବ ପଞ୍ଚାୟତ ଟିକା ଗ୍ରହଣ କେନ୍ଦ୍ରରେ ଟିକା ନେବାକୁ ବହୁ ଲୋକ ଭିଡ ଜମାଇଥିଲେ । ଟିକା ଗ୍ରହଣ କରିବାକୁ ଆସିଥିବା ବହୁ ଲୋକଙ୍କ ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ରକ୍ଷା କୁ ଗୁରୁତ୍ଵ ଦିଆଯାଇନଥିବା ଦେଖିବାକୁ ମିଳିଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା କରୋନା ଟୀକା ଆମଘୋ ଅସ୍ତ୍ର ପାଲଟିଥିବା ବେଳେ ଟୀକା ନେବାକୁ ଆସି ଟୀକାକରଣ କେନ୍ଦ୍ରରୁ କରୋନାକୁ ଆମନ୍ତ୍ରଣ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା ।   ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version