ପ୍ରଧାନଶିକ୍ଷକ ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ ( ୨୫ ଜୁନ ଶୁକ୍ରବାର) କଳାହାଣ୍ଡି :- ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରିଥିବା ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ଶିକ୍ଷକ ବୃଷକେତୁ ଦାସ, ମୀନକେତନ ବେହେରା, ହୃଷିକେଶ ପଟେଲ, ଶିକ୍ଷୟିତ୍ରୀ ନିର୍ମଳା ବେହେରା,

ମଧୁସ୍ମିତା ପରିଡା, ମିଳିନା ସାହୁ ଏବଂ ପଲମ ସିଆରସିସି ଜ୍ଞାନେନ୍ଦ୍ର କୁମାର ଗହୀର ପ୍ରମୁଖ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଇ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଶ୍ରୀ ଜାନୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।      (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version