ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଆଜି ଭୁବନେଶ୍ୱର ୯ ନମ୍ବରସ୍ଥିତ ଉର୍ଦ୍ଦୁଭବନ ପରିସରରେ ପ୍ରକାଶ ପାଇଛି । ଏହି ଫଳ ପ୍ରକାଶନ ଉତ୍ସବରେ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦର ସଭାପତି ଶ୍ରୀ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷାର ଅତିରିକ୍ତ ନିର୍ଦ୍ଦେଶିକା ତଥା ମଦ୍ରାସା ବୋର୍ଡର ଉପସଭାପତି ଶ୍ରୀମତୀ ସ୍ନେହମୟୀ ସେନାପତି, ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦର ସଂପାଦକ ଏମ୍.ଡି. ଅଫ୍ଜଲ ପରେୱଜ୍ ଯୋଗଦେଇ ସଭା ପରିଚାଳନା କରିଥିଲେ ।
