କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ନୟାଗଡ଼ କୋଭିଡ୍‌ ପରିସ୍ଥିତିର ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ନୟାଗଡ଼ :-  କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ଗତକାଲି ଅପରାହ୍ନ ୫ଘଟିକା ସମୟରେ ଭର୍ଚୁଆଲ ମୋଡ୍‌ରେ ନୟାଗଡ଼ ଜିଲ୍ଲାର କୋଭିଡ୍ ପରିସ୍ଥିତି ତଥା ଅନ୍ୟାନ୍ୟ କାର୍ଯ୍ୟ ଉପରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ନୟାଗଡ଼ ଜିଲ୍ଲାର ସାଂପ୍ରତିକ କୋଭିଡ୍ ଅବସ୍ଥା ସଂପର୍କରେ ଆଲୋଚନା କରିଥିଲେ ।

ବର୍ତମାନ ସୁଦ୍ଧା କୋଭିଡ୍‌ରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି, କେତେ ଆରୋଗ୍ୟ ଲାଭ କରିଛନ୍ତି ଏବଂ କେତେ ମୃତ୍ୟୁ ବରଣ କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ । କୋଡ଼ିଡ୍‌ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀ ବିଧବା ଭତ୍ତା ପାଇଛନ୍ତି କି ନାହିଁ ସେ ସଂପର୍କରେ ପଚାରି ବୁଝିଥିଲେ । କୋଭିଡ୍ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ପରୀକ୍ଷା କରାଯାଇ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି କୋଭିଡ୍ ନିୟମ ମାନି ଚଳିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଡି.ଏଫ.ଓ. ଶ୍ରୀ ଧନରାଜ ଏଚ.ଡି., ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର, ଡି.ପି.ଏମ. ଶ୍ରୀ ନିତ୍ୟରଂଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।  (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version