ଜନସାଧାରଣଙ୍କ ପ୍ରତିବାଦ ପରେ ରାତିଅଧିଆ ଲାଗିଲା ଫଳକ କିନ୍ତୁ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଂଚାୟତ ଅଧିନ ଘୋଡାବର ଗ୍ରାମରେ ନିର୍ମାଣ କରାଯାଉଥିବା ଗାଧୁଆ ତୁଠକୁ ନେଇ ବିବାଦ ଦେଖାଦେବାରେ ଲାଗିଛି । ବିନା ଫଳରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କେଉଁ ଯୋଜନାରେ କାର୍ଯ୍ୟ ଚାଲିଛି ତାହା ଜନସାଧାରଣ ଜାଣି ପାରିନଥିଲେ । ପ୍ରତିବାଦ କରିବା ପରେ ରାତିଅଧିଆ ଫଳକ ଲାଗିବାରୁ ମନେରେଗା ଯୋଜନାରେ କାର୍ଯ୍ୟ ଚାଲିଥିବା ଅଞ୍ଚଳବାସୀ ଜାଣିବାକୁ ପାଇଥିଲେ । କିନ୍ତୁ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

କାର୍ଯ୍ୟ ନିର୍ବାହୀ ଅଧିକାରୀ , କନିଷ୍ଠ ଯନ୍ତ୍ରୀ କେହି ଆସୁନଥିବା ବେଳେ ଏପରି ନିମ୍ନମାନର କାର୍ଯ୍ୟ ହେଉଥିôବା ଅଞ୍ଚଳବାସୀ ପ୍ରକାଶ କରିଥିବା ବେଳେ ଗାଁ ସାଥିଙ୍କ ଠିକାଦାରୀରେ କାର୍ଯ୍ୟ ଚାଲୁଥିବା ଜଣାପଡିଛି । ଏ ନେଇ ଗ୍ରାମର ଲକ୍ଷ୍ମୀଧର ସାମନ୍ତରାୟ, ବିଶ୍ୱଜିତ ସାମନ୍ତରାୟ, ପବିତ୍ର ପରିଡା, ଧର୍ମାନନ୍ଦ ନାୟକ, ରଶ୍ମୀରଞ୍ଜନ ନାୟକ, ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏ ସଂପର୍କରେ ବାଙ୍କୀ ବ୍ଲକ ବି.ଡି.ଓ ପ୍ରଦୀପ୍ତ କୁମାର ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯିବା ବୋଲି ପ୍ରକାଶ କରିଛନ୍ତି । (ରିପୋର୍ଟ ଗୌତମ ମିଶ୍ର )

Exit mobile version