ବାଙ୍କୀ ବିଜେପି ପକ୍ଷରୁ ବଳିଦାନ ଦିବସ କୋଭିଡ କଟକଣା ରେ ପାଳିତ

 ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ବାଙ୍କୀ :- ଆଜି ବାଙ୍କୀ ବିଜେପି କାର୍ଯ୍ୟାଳୟରେ ବାଙ୍କୀ ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱରେ କୋଭିଡ ନିୟମ ଅନୁଯାୟୀ ସ୍ବଳ୍ପ ସଂଖ୍ୟକ ବିଜେପି କର୍ମୀ ଓ ବୁଦ୍ଧିଜୀବୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।ଶ୍ୟାମା ପ୍ରସାଦ ମୁଖାର୍ଜୀ ନିଜ ଦେଶ ପାଇଁ କାର୍ଯ୍ୟ କରି ମୃତ୍ୟୁ ବରଣ ଆଜିର ଦିନ ରେ କରିଥିଲେ ।ଭାରତ ସ୍ୱାଧୀନତା ପରେ ତତ୍କାଳୀନ କେନ୍ଦ୍ର ସରକାର କାଶ୍ମୀର ପାଇଁ ଯେଉଁ ନୂତନ ନିୟମ ଓ ଭାରତ ପାଇଁ ଅନ୍ୟ ନିୟମ ଲାଗୁ କରିଥିବାରୁ ଶ୍ୟାମା ପ୍ରସାଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହୁରୁ ଙ୍କୁ ପଚାରିବା ସହ କିପରି ଗୋଟେ ଦେଶ ରେ ୨ଟା ପତାକା,୨ଟା ନିୟମ,୨ଟା ପ୍ରଧାନ ମନ୍ତ୍ରୀ ହୋଇପାରିବେ ତାହା ଉପରେ ପ୍ରଶ୍ନବାଚି ଉଠାଇଥିଲେ।

କାଶ୍ମୀର କୁ ଯିବା ପାଇଁ ଭାରତ ସରକାର ଙ୍କ ଅନୁମତି ଅବଶ୍ୟକ ଥିଲା ଏହି ପରି ନୀତି କୁ ବିରୋଧ କରିଥିଲେ କାଶ୍ମୀର ଭାରତ ର ଅବିଚ୍ଛେଦ ଅଙ୍ଗ ଭାରତ ରେ ଯେଉଁ ଆଇନ ପ୍ରଚଳିତ ତାହା କାଶ୍ମୀର ରେ ପ୍ରଚଳିତ ହେବା ଦରକାର।କାଶ୍ମୀର ଯେହେତୁ ଭାରତ ର ଅଙ୍ଗ ତେଣୁ ଭାରତ ର ଜାତୀୟ ପତାକା ସେଠାରେ ଉଡିବା ଆବଶ୍ୟକ ।କାଶ୍ମୀର ରାଜ୍ୟ ର ମୁଖ୍ୟ ଙ୍କୁ ପ୍ରଧାନମନ୍ତ୍ରୀ ନୁହେଁ ମୁଖ୍ୟମନ୍ତ୍ରୀ କହିବା ଆବଶ୍ୟକ।ଭାରତ ର ସମ୍ବିଧାନ ର ସମସ୍ତ ନିୟମ ସେଠାରେ କାର୍ଯ୍ୟ କାରୀ ହେବା ସହ କାଶ୍ମୀର ଯିବା ଆସିବା ପାଇଁ ଅନୁମତି ଆବଶ୍ୟକ କଣ ପାଇଁ କହି ଆଜିର ଦିନରେ ମସିହାରେ କାଶ୍ମୀର ରେ ପ୍ରବେଶ କଲେ।

ତତ୍କାଳୀନ କାଶ୍ମୀର ସରକାର ତାଙ୍କୁ ଗିରଫ କରି ଷଡଯନ୍ତ୍ର କରି ବନ୍ଦୀ ଘରେ ମାରିଦେଇଥିଲେ ଆଜିର ଏହି ଦିବସ କୁ ବିଜେପି ଓ ସଙ୍ଘ ବଳିଦାନ ଦିବସ ରୂପେ ପାଳନ କରି ସ୍ବର୍ଗତ ଶ୍ୟାମା ପ୍ରସାଦ ଙ୍କ ଦେଶ ପ୍ରେମ କୁ ମନେ ପକାଇ ଅଖଣ୍ଡ ଭାରତ ମାତା କୁ ପ୍ରଣାମ କରାଯାଉଛି ବୋଲି ବିଜେପି ବିଧାୟକ ପ୍ରାଥି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ସୀତାକାନ୍ତ ମିଶ୍ର, ଗଗନ ବିହାରୀ ପଟ୍ଟନାୟକ, ସଂଗ୍ରାମ ବିଭୁତି ରାୟ,, ବିପ୍ରବର ଲେଙ୍କା,ପ୍ରସନ୍ନ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ନାୟକ, ଚିନ୍ମୟ ମହାପାତ୍ର, ସର୍ବେଶ୍ୱର ନାୟକ,ଅଜିତ ସୁବୁଦ୍ଧି,ଚୈତନ୍ୟ ବେହେରା, ହେମନ୍ତ କୁମାର ଜେନା,ପ୍ରସନ୍ନ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଆଜିର ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ।  (ରିପୋର୍ଟ ଗୌତମ ମିଶ୍ର )

Exit mobile version