ଜୀବନ ବିନ୍ଦୁ ପକ୍ଷରୁ ୧୦୦ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର )ବାଙ୍କୀ :- ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ପଞ୍ଚାୟତ ଅଂଶୁପା ମହାବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଆଜି ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ବାଙ୍କୀ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ ସୁବର୍ଣ୍ଣପୁର ସରପଞ୍ଚ ଙ୍କ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର କୁ ଓଡିଶା ଜୀବନ ବିନ୍ଦୁ ର ଆବାହକ ତଥା ମୋ ପରିବାର ର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଓ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ।ଏହି ରକ୍ତ ଦାନ ଶିବିରରେ ଆଖ ପାଖ ଅଞ୍ଚଳର ବହୁ ଯୁବକ ଓ ଯୁବତୀ ସ୍ବେଚ୍ଛା କୃତ ଭାବେ ଆସି ରକ୍ତ ଦାନ କରିଥିବା ଲକ୍ଷ କରାଯାଇଛି ।ରକ୍ତ ଦାନ କରିଥିବା ଯୁବକ ଓ ଯୁବତୀ ଙ୍କୁ ଜୀବନ ବିନ୍ଦୁ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ବାଙ୍କୀ ବ୍ଲକ ଯୁବ ବିଜେଡି ସଭାପତି ତଥା କାଳିପୋଇ ସରପଞ୍ଚ ସୁବାସ ସ୍ବାଇଁ ଓ ବାଙ୍କୀ ବ୍ଲକ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପଲେଇ ରକ୍ତ ଦାନ ଶିବିରକୁ ପରିଚନା କରିଥିଲେ ।ଆଜିର ରକ୍ତ ଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗହ କରାଯାଇଛି ।ଓଡ଼ିଶା ମୋ ପରିବାର,ଜୀବନ ବିନ୍ଦୁ ପକ୍ଷରୁ ରକ୍ତ ଦାନ ଶିବିର ଚଳିତ ମାସ ଶେଷ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।ରକ୍ତ ଦାନ କେନ୍ଦ୍ରକୁ ଯୁବ ଗୋଷ୍ଠି ଆସି ରକ୍ତ ଦାନ କରନ୍ତୁ ଆଉ ରକ୍ତ ଦାନ ଏକ ମହତ ଦାନ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ପଣ ରକ୍ତ ଅଭାବ ରୁ କେହି ମାରିବେ ନାହିଁ ତାହାକୁ ଯୁବକ ବର୍ଗ ଓ ଜନସାଧାରଣ ରକ୍ତ ଦେଇ ଅନ୍ୟ ର ଯିବନ ବଞ୍ଚେଇ ପରିବା ବୋଲି ଓଡିଶା ଜୀବନ ବିନ୍ଦୁ ର ଆବାହକ ତଥା ମୋ ପରିବାର ର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ପ୍ରକାଶ କରିଥିଲେ।

ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏହି ରକ୍ତ ଦାନ ଶିବିର ରେ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରି ରକ୍ତ ଦାନ କରିବାକୁ ପ୍ରେରଣା ଦେଇଥିଲେ।ଏହି ଶିବିର ରେ ବାଙ୍କୀ ବିଜେଡି ର ବରିଷ୍ଠକର୍ମୀ ତଥା ସମବାୟବିତ ସୁବାସ ଚନ୍ଦ୍ର ପାଢ଼ୀ , ବରିଷ୍ଠ ସମବାୟବିତ ଗତି କୃଷ୍ଣ ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟ ମାନସ ମହାପାତ୍ର,ଓସ୍ତିଆ ସରପଞ୍ଚ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା, କଦଳୀବାଡ଼ି ସରପଞ୍ଚ ପ୍ରକାଶ ବେହେରା, କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା, ପୂର୍ବତନ କାଉସିଲର ସୌମେଦ୍ର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ପଟେଲ ,ବାଙ୍କୀ ଶୀତଳ ଭଣ୍ଡାର ର ପୂର୍ବତନ ସଭାପତି ଭାଗୀରଥୀ ପାଣି ଙ୍କ ସମିତ ବହୁ ଯୁବ ଓ ଛାତ୍ର ବିଜେଡି କର୍ମୀମାନେ କୋଭିଡ ନିୟମ କଟକଣା ଅନୁଯାୟୀ ରକ୍ତ ଦାନ ଶିବିର କୁ ସଫଳ କଟିଥିଲେ।

ଅଂଶୁପା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା ମଧ୍ୟ ବ୍ୟକ୍ତିଗତ ସ୍ତରରେ କିପରି ରକ୍ତ ଦାତା ଅଧିକ ସଂଖ୍ୟକ ଆସି ରକ୍ତ ଦାନ କରିବେ ସେଥିପାଇଁ ବିଶେଷ ଆଗ୍ରହ ପ୍ରକାଶ କରି ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ଏହି ରକ୍ତ ଦାତା କିପରି ଅଧିକ ସଂଖ୍ୟା ରେ ଆସିବେ ଅଂଶୁପା ମହାବିଦ୍ୟାଳୟ ର କର୍ମଚାରୀ ସଦାଶିବ ଦାସ ଅଧ୍ୟକ୍ଷ ଶ୍ରୀ ବେଉରା ଙ୍କୁ ସହଯୋଗ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )

Exit mobile version