ବିଧାୟକ ଙ୍କ ଦ୍ଵାରା ଅଙ୍ଗନବାଡି କର୍ମୀ ଙ୍କୁ ସ୍ମାର୍ଟ ଫୋନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ବାଙ୍କୀ :- ବାଙ୍କୀ ଓ ଡମପଡା ବ୍ଲକ ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ କୋଭିଡ କଟକଣା ମଧ୍ୟ ରେ ବାଙ୍କୀ ଓ ଡମପଡା ବ୍ଲକ କାର୍ଯ୍ୟାଳୟ ରେ ଆଙ୍ଗନବାଡୀ କର୍ମୀ ଙ୍କୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ସ୍ମାର୍ଟ ଫୋନ ବଣ୍ଟନ କରାଯିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ବଣ୍ଟନ କରାଯାଇଥିଲା।କରୋନା ମହାମାରୀ ସମୟରେ ଅଙ୍ଗନବାଡି କର୍ମୀ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ତଥ୍ୟ ଦେବା ଓ ବିଭାଗ କୁ ତଥ୍ୟ ଦେବା ପାଇଁ ନାନା ଅସୁବିଧା ହେଉଥିଲା ।

ପୋଷଣ ଟ୍ରାକର,ମମତା ଯୋଜନା, ମୋ ଛତୁଆ,ମିଶନ ଶକ୍ତି ସମ୍ପର୍କ ଯୋଜନା ହିତାଧିକାରୀ ଙ୍କୁ ଅବଗତ କରାଇ ସେମାନଙ୍କ ତଥ୍ୟ ସରକାର ଙ୍କୁ ଅବଗତ କରାଇବା ସ୍ମାର୍ଟ ଫୋନ ବିତରଣ ର ଉଦ୍ୟଶ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ସଭା ଗୃହରେ ବିଧାୟକ ଶ୍ରୀ ତ୍ରିପାଠୀ ଅଙ୍ଗନବାଡି କର୍ମୀ ଙ୍କୁ ପ୍ରଯ୍ୟାୟ କ୍ରମେ କୋଭିଡ କଟକଣା ରେ ସ୍ମାର୍ଟ ଫୋନ ବଣ୍ଟନ କରିବା ସହ ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ ତରଫରୁ ଋଣ ପ୍ରଦାନ କରିଥିଲେ।

ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ବରିଷ୍ଠ କ୍ଷେତ୍ର ପରିଦର୍ଶିକା ସଂଯୁକ୍ତା ମେଲଗାଜି , ବାଙ୍କୀବ୍ଲକ ଜିପିଓ କୁମର ପ୍ରଧାନ ,କାଳି ପୋଇ ସରପଞ୍ଚ ସୁବାସ ସ୍ୱାଇଁ,ବରିଷ୍ଠ କିରାଣୀ ସତ୍ୟନାରାୟଣ ପ୍ରଧାନ କର୍ମଚାରୀ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ସହଯୋଗ କରିଥିଲେ । କରୋନା ରେ ଆକ୍ରାନ୍ତ ହୋଇ ବାଙ୍କୀ ବ୍ଲକ ସିଡିପିଓ ରୁପାଲୀ ମିତ୍ର ନିଜ ଘରେ ଥିଲେ ମଧ୍ୟ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଫୋନ ମାଧ୍ୟମ ରେ ତଦାରଖ କରି ସମସ୍ତେ ଯେପରି କୋଭିଡ କଟକଣା ମାନି କାର୍ଯ୍ୟକ୍ରମ କରିବେ ସେଥିପାଇଁ ବିଶେଷ ଧ୍ୟାନ ଦେବା ପାଇଁ କାର୍ଯ୍ୟାଳୟ ର ସମସ୍ତ ଙ୍କୁ ଅନୁରୋଧ କରିଥିଲେ ।

ଏଥିସହ ଡମପଡା ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ଡମପଡା ବ୍ଲକ ସଭା ଗୃହ ରେ ବିଧାୟକ ଶ୍ରୀ ତ୍ରିପାଠୀ ଅଙ୍ଗନବାଡି କର୍ମୀ ଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ ଡମପଡା ବ୍ଲକ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା, ସିଡିପିଓ ନର୍ମଳା ପଣ୍ଡା ଓ ବ୍ଲକ ର ବରିଷ୍ଠ କିରାଣୀ ସୂର୍ଯ୍ୟମଣି ଧଳ ସହଯୋଗ କରିଥିଲେ । ରିପୋର୍ଟ ଗୌତମ ମିଶ୍ର

Exit mobile version