Home ଓଡ଼ିଶା ନୟାଗଡ ଜିଲ୍ଲାପାଳ ଓ ସିଡିଏମ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) ନୟାଗଡ :- ଜିଲ୍ଲାରେ ପ୍ରକୃତ କୋଭିଡ ପଜିଟିଭ ଆକ୍ରାନ୍ତଙ୍କ ମୃତ୍ୟୁକୁ ଲୁଚା ଯାଉଥିବା ଅଭିଯୋଗରେ ନୟାଗଡ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଜାତୀୟ ବିପତ୍ତି ବେଳେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟ ଛାଡ଼ି ସରକାରୀ କାର୍ଯ୍ୟାଳୟରେ ନିୟମିତ ଅଫିସ କାର୍ଯ୍ୟ କରିବା, ରାଜ୍ୟ ସରକାର ନୟାଗଡ ଜିଲ୍ଲାରେ କୋଭିଡ ମୃତକ ମାନଙ୍କ ସଠିକ ତାଲିକା ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଅଡିଟ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେବା ଏବଂ ଜିଲ୍ଲାରେ କୋଭିଡ ପରିଚାଳନାରେ ଅଦ୍ୟାବଧି ଖର୍ଚ୍ଚ ହୋଇଥିବା ଅର୍ଥରାଶି ସମ୍ପର୍କରେ ଜିଲ୍ଲାପାଳ ଶ୍ୱେତପତ୍ର ପ୍ରକାଶ କରାଇବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି l ଡ଼ ପୋମା ଟୁଡୁଙ୍କ ନୟାଗଡରେ ୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨ ମାସ ମଧ୍ୟ ସରକାରୀ ଅଫିସକୁ ଆସିନଥିବା ବେଳେ କୌଣସି ଜରୁରୀ ଆଲୋଚନା ପାଇଁ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧି ଏବଂ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କ ଟେଲିଫୋନ ଉଠାଇ ନାହାଁନ୍ତି ଏବଂ ଜିଲ୍ଲାର କୌଣସି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଆଜିଯାଏଁ ଜିଲ୍ଲାପାଳଙ୍କ ପାଦ ପଡି ପାରିନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି l ଜାଣିଶୁଣି ଜିଲ୍ଲାରେ କୋଭିଡ ପଜିଟିଭ ଥାଇ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କୁ କୋଭିଡ ମୃତ୍ୟୁ ତାଲିକାରେ ଅନ୍ତର୍ଭୁକ୍ତ କରା ନଯାଇ ମୃତକ ପରିବାରଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ କରାଯାଉ ଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ପ୍ରତ୍ୟେକ କୋଭିଡ ପଜିଟିଭ ଆକ୍ରାନ୍ତ ସାଙ୍ଗରୋଧ କିମ୍ବା ଡାକ୍ତରଖାନା ମାନଙ୍କରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ କୁ କୋଭିଡ ମୃତ୍ୟୁ ଘୋଷଣା କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି l ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳଚରଣ ସାହୁ, ସରପଞ୍ଚ ସତ୍ୟବାନ ନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉମରାଣୀ ପାଣି, ଜିଲ୍ଲା କଂଗ୍ରେସ କୃଷକ ସେଲ ସଭାପତି ଧ୍ରୁବଚରଣ ପରିଡା,ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ରଣପୁର ବ୍ଲକ କଂଗ୍ରେସ ସଭାପତି ସରପଞ୍ଚ ଦିଲ୍ଲୀପ କୁମାର ଜେନା,ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡା,ଯୁବ କଂଗ୍ରେସ ନେତା ଚନ୍ଦନ ମହାଳିକ,ଅବଦୁଲ ନିଜାମ,ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖଙ୍କ ସମେତ ୫୦ ଦଳୀୟ କର୍ମକର୍ତା କୋଭିଡ ନିୟମ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ l ସରକାର ଯଦି ପୂରଣ ନକରନ୍ତି ଆଗକୁ ପୁଣି ଆନ୍ଦୋଳନ ବୋଲି କଂଗ୍ରେସ କହିଛି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026