Home ଓଡ଼ିଶା ଭୋଜି ହେଲା କାଳ : ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡାବାଡ଼ି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟି ପିଟି ଅତି ନୃଶସଂଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମର ସୁଜିତ ସାହାଣୀ ବୋଲି ଜଣାପଡିଛି l ବୁଧବାର ସକାଳୁ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେସଙ୍ଗେ ଘଟଣାର ତଦନ୍ତ ଆରମ୍ଭ କରିଛି l ଏ ସଂପର୍କରେ ଖଜୁରୀପଡ଼ା ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି । ଘଟଣାରୁ ପ୍ରକାଶ ଯେ, ସୁଜିତ ଓ ସାଙ୍ଗ ମାନେ ମିଶି ମଙ୍ଗଳବାର ରାତିରେ ଲାଇନ ପଡ଼ା ନିକଟ ପାଣ୍ଡୁଗୁଡ଼ାକୁ ଭୋଜି ଖାଇବାକୁ ଯାଇଥିଲେ।ସେଠାରେ କୌଣସି କାରଣରୁ ଅନ୍ୟକିଛି ଯୁବକ ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଭୋଜି ଖାଇ ରାତିରେ ସୁଜିତ ଓ ସାଙ୍ଗ ମିଶି ବାଇକରେ ଫେରିବା ବେଳେ ସେମାନଙ୍କୁ କେତେକ ଯୁବକ ପିଛା କରି ଆସି ପୁଡୁଣିସୁଗା ଠାରେ ଅଟକାଇ ନିସ୍ତୁକ ମାଡ ମାରିଥିଲେ ଫଳରେ ସୁଜିତ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ସାଙ୍ଗ ଜଣକ ଅନ୍ଧାରରେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଦେଇଥିଲା। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରକାଶ କରିଛନ୍ତି । ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ Categories: ଓଡ଼ିଶା, କନ୍ଧମାଳ, ଦେଶ, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026