କରୋନା ଟିକାକରଣ କାର୍ଯ୍ୟକ୍ରମରେ ଫଟୋ ଲଗାଇବାକୁ ନେଇ ବିଜେପି- ବିଜେଡି ମଧ୍ୟରେ ବିବାଦ

ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବାରୁ ସବୁ ରାଜନୈତିକ ଦଳ ଆପତ୍ତି କରିଥିଲେ ମଧ୍ୟ ବିଜେଡି ଏଥିରେ କୌଣସି ଆପତ୍ତି ଅଭିଯୋଗ କରିନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି

ଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାରଭୁବନେଶ୍ୱର :- କରୋନା ଟିକାକରଣ କାର୍ଯ୍ୟକ୍ରମରେ ଫଟୋ ଲଗାଇବାକୁ ନେଇ ବିଜେପି- ବିଜେଡି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅପରାଜିତା ଆଜି ଏକ ଟ୍ୱିଟ କରି କହିଥିଲେ, ବାହାରୁ ଟିକା କିଣିବାରେ ଓଡ଼ିଶା ବିଫଳ ହେଲା ।

ତେଣୁ ବିପଦ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ରାଜ୍ୟ ସରକାର ଟିକା କେନ୍ଦ୍ର ଗୁଡିକରେ ପ୍ରାଥମିକତା ଭିତ୍ତିରେ ସ୍ଥାନ ଦେବା କଥା  । ହେଲେ ଅସୁରକ୍ଷା ଓ ହୀନମନ୍ୟତା ଦୃଷ୍ଟିରୁ ଏଭଳି କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଏହା ପରେ  ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି କହିଥିଲେ, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ଆପତ୍ତି କରିଥିଲେ । ହେଲେ ବିଜେଡି ଏଥିରେ କୌଣସି ଆପତ୍ତି ଅଭିଯୋଗ କରିନାହିଁ। ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହା ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ରାଜ୍ୟଗୁଡିକ ଉପରେ ଜୋରଜବଦସ୍ତ ଲଦିଦେବା ପରେ ପୁଣି ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି ।

ସେ ଆହୁରୀ କହିଛନ୍ତି, ଏବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ କୋଭିଡ ସଚେତନ ବାର୍ତ୍ତା ପ୍ରଚାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ । ସିଧାସଳଖ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଇଙ୍ଗିତ କରି ଏହା ତାଙ୍କର ରାଜନୈତିକ ଅସୁରକ୍ଷା ଓ ହୀନ ରାଜନୀତି ବୋଲି ସେ ସମାଲୋଚନା କରିଛନ୍ତି  । 

Exit mobile version