କୋଭିଡ୍‌-୧୯ର ମୁକାବିଲା କରିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଏବଂ ତାଙ୍କ ସହଧର୍ମିଣୀଙ୍କ ସହାୟତା

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି , ଭୁବନେଶ୍ୱର 26.3.2020 :- କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା କରିବା ପାଇଁ ଆଜି ରାଜସ୍ୱ ଓ ବି ପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌-୧୯ ଫଣ୍ଡ)କୁ ଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ରଞ୍ଜିତା ସୋରେନ୍‌ ମଧ୍ୟ ୫୦ ହଜାର ଟଙ୍କା କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି ।

Exit mobile version