ରଣପୁର ; ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନବେଦୀଙ୍କୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି – ଭକ୍ତ ଙ୍କୁ ଦର୍ଶନ ମନା

ଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାରରଣପୁର ,ରିପୋର୍ଟ ଅଭିମନ୍ୟୁ :- ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନବେଦୀଙ୍କୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ରଣପୁର ଶ୍ରୀମନ୍ଦିର ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର । କୋଭିଡ୍ ସ୍ଥିତି ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥିବା ବେଳେ ଭକ୍ତଙ୍କ ଦର୍ଶନ ରେ ଲାଗିଛି କଟକଣାର ବେଡି । ମହାପ୍ରଭୁଙ୍କ ର ଏହି ଅପୂର୍ବ ଗଜ ବେଶ ଧାରଣ ଭକ୍ତ ଙ୍କୁ ବିମୋହିତ କରିଥାଏ ।

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପ୍ରାଚୀର ହୋଇ ଠିଆ ହୋଇଛି କରୋନା । ଭକ୍ତ ଙ୍କ ଭିଡ଼ କୁ ନଜରରେ ରଖି ସୀମିତ ସେବାୟତ ଙ୍କ ଦ୍ଵାରା ଅନୁଷ୍ଠିତ ହେବ ସ୍ନାନ ଯାତ୍ରା । ଆଜି ସନ୍ଧ୍ୟାରେ ପ୍ରଭୁଙ୍କ ସେନାପଟ ନୀତି ରାତି ୪ ଟାରୁ ମଙ୍ଗଳ ଆଳତୀ ପହଣ୍ଡି ବିଜେ କରାଯିବ । ପରେ ଶ୍ରୀ ଜୀଉ ଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ଦିନ ୧୧ ଟାରେ ଗଜାନନ ବେଶ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି ।

ରାତି ୯ ଟାରେ ସ୍ନାନ ମଣ୍ଡପ ରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ। ତେବେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । କରୋନା ମହାମାରୀକୁ କୁ ଦୃଷ୍ଟିରେ ରଖି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି ରହିଛି ।

Exit mobile version