ପାଇକମାଳ ବ୍ଳକ ସଭା ଗୃହ ରେ ମାସିକ ବୈଠକ : ଉନ୍ନତି ମୂଳକ କାର୍ଯ୍ୟ ଉପସ୍ଥାପନ କଲେ ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ବାଳ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାରପଦ୍ମପୁର :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ସଭା ଗୃହ ରେ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଳକ ଚେୟାରମେନ ଅଲତାଫ ମହମ୍ମଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଡିଓ ସୁରେନ୍ଦ୍ର ମେହେର,ଏ ବିଡିଓ ଭୀଷ୍ମ ଦେବ ସାହୁ ,ଶିକ୍ଷା ବିଭାଗ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଜନକ ଲାଲ ମେହେର , ବ୍ଳକ ର ସମସ୍ତ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା ,ସରପଞ୍ଚ ଉପସ୍ଥିତ ଥିଲେ । ବ୍ଳକ ରେ ଚାଳିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ମନେରେଗା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ଗାଈଗୁହାଲ ମୋ ପୋଖରୀ, ବିଧବା ଭତ୍ତା , ମଧୁବାବୁ ପେନସନ ଯୋଜନା , ଆଦି ବିଷୟରେ ସମୀକ୍ଷା କରିବା ସହ କେନ୍ଦ୍ରୀୟ ଅନୁଦାନ ସିଏଫସି , ଏସ୍ ଏଫ୍ ସି, ପାଣ୍ଠିରୁ ହେବା କୁ ଥିବା ଉନ୍ନୟନ କାମ କେଉଁଠି ହେବ ତାହା କୁ ନେଇ ବିଷଦ ଭାବରେ ଆଲୋଚନା କରା ଯାଇଥିଲା ।

ଭେଙ୍ଗରାଜପୁର ସମିତି ସଭ୍ୟ ତଥା ପାଇକମାଲ ବ୍ଳକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ବାଳ ବିଭିନ୍ନ ଉନ୍ନତି ମୂଳକ କାମ ଦୃଢକ୍ତୀ ନେଇ ସମସ୍ୟା ର ସମାଧାନ ଓ ନିର୍ମାଣ କାର୍ଯ୍ୟ ପାଇଁ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ବିଶ୍ଵାଳ ଝେଙ୍ଗେନାଡିହି ହାଇସ୍କୁଲ ପାଚେରି ନିର୍ମାଣ ,ଭେଙ୍ଗରାଜପୁର ଠାରେ ଏଏନଏମ ସେଣ୍ଟର ନିର୍ମାଣ , ସଦାନନ୍ଦ ପୁର ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ,ପଲସଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍କୁଲ ଗୃହ ନିର୍ମାଣ ଆଦି କାର୍ଯ୍ୟ ଯଥା ଶୀଘ୍ର ସରକାରୀ ଅନୁଦାନ ଅନୁମୋଦନ ସହ କାର୍ଯ୍ୟ କାରି କରିବାକୁ ବିଡିଓ , ଚେୟାରମେନ ,ଓ ଶିକ୍ଷା ବିଭାଗ ଏବିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭେଙ୍ଗରାଜପୁର ପଞ୍ଚାୟତ ର ସମିତି ସଭ୍ୟ ତଥା ପାଇକମାଳ ବ୍ଳକ କଂଗ୍ରେସ କମିଟି ର ସଭାପତି ଶ୍ରୀ ବିନୋଦ ବିହାରୀ ବିଶ୍ବାଳ ସୂଚନା ଦେଇଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version