ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ପାଇଁ ଆଡମିଟ୍‌ କାର୍ଡ ଜାରି : ଜାଣନ୍ତୁ ଅନଲାଇନରୁ ଡାଉନଲୋଡ୍‌ କିପରି କରିବେ 

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାରଭୁବନେଶ୍ୱର :- କୋଭିଡ ମହାମାରୀ ସମୟରେ ରାଜ୍ୟରେ ଲକଡାଉନ୍‌ ଓ ସଟ୍‌ ଡାଉନ୍‌ ଚାଲିଥିବା ବେଳେ କିନ୍ତୁ ଯୁକ୍ତ ଦୁଇର ପ୍ରାକ୍ଟିକାଲ୍‌ ପ୍ରୋଜେକ୍ଟ୍‌ ଓ ରେକର୍ଡ ଦାଖଲ ହେବ । ଛାତ୍ରଛାତ୍ରୀମାନେ ପଢ଼ୁଥିବା ଜୁନିୟର୍‌ କଲେଜ ବା ହାୟର୍‌ ସେକେଣ୍ଡାରୀ ସ୍କୁଲରେ ଜୁଲାଇ ୭ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବେ ।

ତେବେ ଶିକ୍ଷାନୁଷ୍ଠାନଗୁଡିକୁ ଯିବା ପାଇଁ କଟକଣା ଥିବାରୁ ଛାତ୍ରଛାତ୍ରମାନେ କିମ୍ବା ସେମାନଙ୍କ ଅଭିଭାବକ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଜାରି ହୋଇଥିବା ଆଡମିଟ୍‌ କାର୍ଡ ନେଇ ଯାଇପାରିବେ । samsodisha.gov.in/juniorweb.aspରେ ଡାଉନଲୋଡ୍‌ ଆଡମିଟ୍‌ କାର୍ଡରେ କ୍ଲିକ୍‌ କରିବେ । ପରୀକ୍ଷାର୍ଥୀ ଡାଉନଲୋଡ୍‌ କରିବା ପରେ ଅଧ୍ୟକ୍ଷଙ୍କ ନିକଟରୁ ଦସ୍ତଖତ କରାଇନେବେ । ତେବେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ନ ଯାଇ ଅନଲାଇନ୍‌ରେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ପରାମର୍ଶ ଦେଇଛନ୍ତି ।

Exit mobile version