ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 2020 :- ମୋଟୋରୋଲା ପକ୍ଷରୁ ଆଜି ଭାରତରେ ଏହାର ନୂତନ ଆଇକୋନିକ୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର୍ର ଉନ୍ମୋଚନ କରାଯାଇଛି, ଯାହାକି ହେଉଛି ବିଶ୍ୱର ପ୍ରଥମ କ୍ଲାମ୍ସେଲ୍-ଷ୍ଟାଇଲ୍ ଫୋଲ୍ଡେବୁଲ ଡିସ୍ପ୍ଲେ ସ୍ମାର୍ଟଫୋନ୍ । ଏହି ଆଇକୋନିକ୍ ଫ୍ଲିପ୍ ଫୋନ୍କୁ ବର୍ତମାନ ପୁଣିଥରେ ଆବିଷ୍କାର କରାଯାଇଛି । ନୂତନ ଟେକ୍ନୋଲୋଜି ଓ କିଛି ନୂଆ କୌଶଳ ସହ ଏକ ଅବିଶ୍ୱସନୀୟ ଫୁଲ୍-ଲେନ୍ଥ ଟଚ୍ସ୍କ୍ରିନ୍କୁ ଉନ୍ମୋଚନ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାର ସୁନ୍ଦର କମ୍ପାକ୍ଟ ଡିଜାଇନ୍ ସହ ରେଜର୍ ଆରାମରେ ଆପଣଙ୍କ ହାତ ପାପୁଲି କିମ୍ବା ପକେଟ୍ରେ ଫିଟ୍ ହେବ । ଅସାଧାରଣ ଉପକରଣରେ ନିର୍ମିତ ଓ ଅତ୍ୟାଧୁନିକ ଫିଚର ଥିବା ନୂଆ ରେଜର୍ ହେଉଛି ଏକ ସ୍ଲିକ୍ ଓ ଆଧୁନିକ ସ୍ମାର୍ଟଫୋନ୍ । ରେଜର୍ ଅତ୍ୟାଧୁନିକ ଓ ଏଲ୍ଇଡି ସ୍କ୍ରିନ୍ ଟେକ୍ନୋଲୋଜି ଓ ଫ୍ଲେକ୍ସିବୁଲ ଉପକରଣର ବ୍ୟବହାର କରିଛି ଯାହାକି ଅସମ୍ଭବ ରୂପେ ଏହାକୁ ସମ୍ପୂର୍ଣ୍ଣ ଅଧାରେ ଫୋଲ୍ଡ କରିଥାଏ । ଏହି ସ୍ମାର୍ଟଫୋନ୍ରେ ଏକ ଆକର୍ଷଣୀୟ ୬.୨ ଇଂଚ୍ ଫ୍ଲେକ୍ସ ଭ୍ୟୁ ଡିସ୍ପ୍ଲେ ଓ ଚଳଚିତ୍ର ଜଗତରେ ବ୍ୟବହୃତ ଅଲ୍ଟ୍ରା-ୱାଇଡ୍ ଡାଇମେନ୍ସନ ୨୧.୯ ସିନେମାଭିଜନ ଆସ୍ପେକ୍ଟ ରେସିଓ ସହିତ ଏଚ୍ଡିରେ ଚଳଚିତ୍ର ଓ ଭିଡିଓଗୁଡିକୁ ଅଧିକ ଜୀବନ୍ତ କରିବା ପାଇଁ ଫ୍ଲିପ୍ ଓପନ୍ କରନ୍ତୁ । ନୂଆ ରେଜର୍ର ବାହାର ପାଶ୍ୱର୍ରେ ଏକ ଅତ୍ୟଧିକ କାର୍ଯ୍ୟକ୍ଷମ ଓ ସ୍ୱତନ୍ତ୍ର ୨.୭ ଇଂଚ୍ ଓଏଲ୍ଇଡି କ୍ୱିକ୍ ଭ୍ୟୁ ଡିସ୍ପ୍ଲେ ରହିଛି । ଏହାର ବାହ୍ୟ ଡିସ୍ପ୍ଲେ ମାଧ୍ୟମରେ ନୋଟିଫିକେସନ୍ର ଜବାବ ଦେବା, ସେଲ୍ଫି ନେବା, ସଙ୍ଗୀତ ଶୁଣିବା, ଗୁଗଲ୍ ଆସିଷ୍ଟାଂଟ୍ର ବ୍ୟବହାର କରିବା ଭଳି ଅନେକ କାର୍ଯ୍ୟ କରିହେବ । ଟଚ୍ ସମର୍ଥିତ କ୍ୱିକ୍ ଭ୍ୟୁ ଡିସ୍ପ୍ଲେ ଆପଣଙ୍କୁ ସବୁ ସମୟରେ କନେକ୍ଟେଡ୍ ରଖିଥାଏ । ରେଜର୍ର ୧୬ ଏମ୍ପି ଡୁଆଲ ୟୁଜ୍ କ୍ୟାମେରା (ଏଫ୍/୧.୭ ଆପେର୍ଚର) ସହିତ ଉତ୍କୃଷ୍ଟମାନର ଫଟୋ ଓ ସେଲ୍ଫି ଉତୋଳନ କରନ୍ତୁ । ଷ୍ଟକ୍ ଆଣ୍ଡ୍ରଏଡ୍ ୯ ପାଏ ସଫ୍ଟୱେୟାର ଓ ମୋଟୋ ଏକ୍ସପେରିଏନ୍ସ ଦ୍ୱାରା ପରିଚାଳିତ ଏହି ନୂତନ ସ୍ମାର୍ଟଫୋନ୍ ମୋଟୋ ରେଜର୍ ଏକ ବ୍ଲଟ୍ୱ୍ରୋର-ଫ୍ରି, ଆଡ୍ ଫ୍ରି ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିଥାଏ । ଉପଭୋକ୍ତାଙ୍କୁ ସର୍ବୋତମ କ୍ରୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ମୋଟୋରୋଲା ପକ୍ଷରୁ ଗ୍ରାହକଙ୍କ ପାଇଁ କିଛି ସର୍ବୋତ୍କୃଷ୍ଟ ଅଫର୍ ସାମିଲ କରାଯାଇଛି । ସିଟି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୧୦,୦୦୦ ଟଙ୍କାର କ୍ୟାସ୍ବ୍ୟାକ୍, ୨୪ ମାସ ପର୍ଯ୍ୟନ୍ତ ନୋ ଏକ୍ସଟ୍ରା କଷ୍ଟ ଇଏମ୍ଆଇ ସୁବିଧା ପ୍ରଦାନ କରାଯାଉଛି । ମାତ୍ର ଟ. ୭୯୯୯ ଟଙ୍କାରେ ଗୋଟିଏ ଥରର ସ୍କ୍ରିନ ରିପ୍ଲେସମେଣ୍ଟ । ଏକ ବର୍ଷର ଏକ ଅତିରିକ୍ତ ଅସୀମିତ ସେବା ବିଲ୍କୁଲ ମାଗଣାରେ ପାଇପାରିବେ । ଏକାଧିକ ବ୍ୟାଙ୍କ ଓ ଇସ୍ୟୁୟର ସହ ୧୨ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍ଆଇ ସୁବିଧା । ବଜାଜ୍ ଫିନ୍ସର୍ଭ ସହ ୨୪, ୧୫ ଓ ୧୨ ମାସର ନୋ କଷ୍ଟ ଇଏମ୍ଆଇ ଯୋଜନା ଏହି ଆଇକୋନିକ୍ ମୋଟୋରୋଲା ରେଜର୍ ପ୍ରି-ବୁକିଙ୍ଗ୍ ପାଇଁ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ୍ ନୋୟର୍ କଲର୍ ଭାରିଆଂଟ୍ରେ ଉପଲବ୍ଧ ହେବ ଏବଂ ଭାରତର ପ୍ରମୁଖ ଅଫ୍ଲାଇନ୍ ଷ୍ଟୋର୍ ଓ ଅନ୍ଲାଇନ୍ରେ ଫ୍ଲିପ୍କାର୍ଟରେ ୧୨୪୯୯୯ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ୨ ଏପ୍ରିଲ ଠାରୁ ସେଲ୍ରେ ଉପଲବ୍ଧ ହେବ ।
ନୂଆ ଆଇକୋନିକ୍ ମୋଟୋରୋଲା ରେଜର୍ ଏବେ ଭାରତରେ ଉପଲବ୍ଧ

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026