ହାତୀ ଆକ୍ରମଣରେ ମହିଳା ମୃତ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାର) ଢେଙ୍କାନାଳ :- ଜିଲ୍ଲା ହିନ୍ଦୋଳ ବନଖଣ୍ଡ ଅଧିନ ରାସୋଳ ସେକ୍ସନ ଅନ୍ତର୍ଗତ ପଶାସିଂହ୍ ଗ୍ରାମ୍ୟ ଜଙ୍ଗଲରେ ହାତୀ ଆକ୍ରମଣରେ ମହିଳା ମୃତ।ମୃତ ମହିଳା ଜଣଙ୍କ ସେହି ଗ୍ରାମର ମାନସ ପଧାନଙ୍କ ସ୍ତ୍ରୀ ଚିନ୍ତା ପ୍ରଧାନ ବୋଲି ଜଣାପଡିଛି।ଘଟଣାରୁ ପ୍ରକାଶ, ଗତକାଲି ପୂର୍ବାହ୍ନରେ ମହିଳା ଜଣଙ୍କ ଜାଳେଣି ନିମନ୍ତେ ନିକଟସ୍ଥ କାଜୁ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ ।

କାଠ ସଂଗ୍ରହ କରୁଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀର ଆକ୍ରମଣରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ବନଖଣ୍ଡ ଅଧିକାରୀ ଓ ରାସୋଳ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ନିମନ୍ତେ ଡ଼ାକ୍ତରଖାନାକୁ ପଠାଇ ଥିବାର ଜଣାଯାଇଛି।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version