ନକଲି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଯୁବକକୁ – ଗିରଫ କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ରେ ବନ୍ଧୁକ ସହ ଜଣେ ଯୁବକ ଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ସୂଚନାନୁସାରେ ଓଡ଼ଗାଁ ପାଟଣା ସାହିର ଜିତେନ୍ଦ୍ର ନାୟକ ଏକ ବନ୍ଧୁକ ଦେଖାଇ ଦୋକାନୀ ଙ୍କୁ ଡରାଇବା ସହ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଝିମିଟି ଖେଳରୁ ମହାଭାରତ ହେଲା ଭଳି ଓଡ଼ଗାଁ ଲଷ୍ମୀବଜାର ରେ ଥିବା ଏକ ପାନ ଦୋକାନ ରେ ଦୋକାନୀ ଙ୍କୁ ସାଧାରଣ କଥାରେ ବନ୍ଧୁକ ଦେଖାଇଥିଲେ ଉକ୍ତ ଯୁବକ । ସଟଡାଉନ , ଲକଡାଉନ ଯୋଗୁଁ ନିର୍ଦ୍ଧାରିତ ସମୟନୁସାରେ ଦୋକାନ ବନ୍ଦ କରିବା ସମୟରେ ଜିତେନ୍ଦ୍ର ନାୟକ ଦୋକାନୀ ଙ୍କୁ କିଛି ସାମଗ୍ରୀ ମାଗିଥିଲେ ।

ଏବଂ ଦୋକାନୀ ମନା କରିବାରୁ ଯୁବକଙ୍କ ରାଗ , ଯୁକ୍ତିତର୍କ ଓ ଅନ୍ୟାନ୍ୟ ଜିନିଷ ଭଙ୍ଗା ରୁଜ୍ଜା ଯାଏଁ କଥା ଯାଇଥିଲା । ପରେ ଘଟଣାସ୍ଥଳରେ ବନ୍ଧୁକ ଦେଖାଇ ଧମକ ଚମକ ଦେବାରୁ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଙ୍କୁ ଜଣାଇଥିଲେ । ଏବଂ ପୋଲିସ ଘଟଣାସ୍ଥଳରୁ ଜିତେନ୍ଦ୍ର ନାୟକ ଙ୍କୁ ଗିରଫ କରି ୬୫ /୨୧ ରେ ମାମଲା ରୁଜ୍ଜୁ କରିଥିଲା ଏବଂ ଉକ୍ତ ଯୁବକ ଙ୍କ ପାଖରେ ଥିବା ବନ୍ଧୁକ କୁ ଜବତ କରିନେଇଥିଲେ ପୋଲିସ । ପରେ ପୋଲିସ ସୂତ୍ରରୁ ତାହା ଏକ ନକଲି ବନ୍ଧୁକ ବୋଲି ଜଣାଯାଇଛି । ଉକ୍ତ ଯୁବକ ଡରାଇ ଧମକାଇ ଜବରଦସ୍ତି କରିବା ପାଇଁ ବ୍ୟବହାର କରିଥିବା ଜଣାପଡୁଛି । ଲୋକଙ୍କୁ ନକଲି ବନ୍ଧୁକ ଦେଖାଇ ଭୟଭୀତ କରାଉଥିବା ଅଭିଯୋଗ ହୋଇଛି । ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । (ରିପୋର୍ଟ ଆଶ୍ୱିନ କୁମାର ସାହୁ)

Exit mobile version