ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଦୁଇ ଗାଇ ମୃତ, ଗୋଟିଏ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :-  ମଙ୍ଗଳବାର ରାତି ପ୍ରାୟ ସାଢେ଼ ଆଠଟାରେ ୫୯ ନଂ ଜାତୀୟ ରାଜପଥ ତଥାହିଞ୍ଜିଳିକାଟୁ ପୈାରାଞ୍ଚଳ ସିନେମା ହଲ୍ ଛକରେ ସିମେଣ୍ଟ ବୋଝେଇ ଟ୍ରକ (ନଂ- ଏପି ୩୦ଟିସି- ୨୦୪୩ ) ଧକ୍କାରେ ଦୁଇଟି ଗାଇର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଇ ଗୁରୁତର ଆହତ ହୋଇଛି । ପ୍ରକାଶ ଯେ, ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ସ୍ଥାନୀୟ ପୈାରାଞ୍ଚଳ ସିନେମା ହଲ୍ ଛକରେ ଜାତୀୟ ରାଜପଥ ଉପରେ ୩ଟି ଗାଇ ଶୋଇଥିଲା ।

ଟ୍ରକ‌ ଚାଳକ ଭାରସାମ୍ୟ ହରାଇ ରାସ୍ତା ଉପରେ ଶୋଇଥିବା ଗାଈକୁ ଚାପିଦେଇ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ସଂପୃକ୍ତ ସ୍ଥାନରେ ଉପସ୍ଥିତ ଥିବା କିଛି ଲୋକେ ଦୂର୍ଘଟଣା ଘଟାଇଥିବା ଟ୍ରକକୁ ପିଛା କରି ବଇଞ୍ଚବଣିଆ ଛକ ନିକଟରେ ଅଟକାଇ ଟ୍ରକ ଚାଳକକୁ ଅଟକ ରଖିଥିଲେ । ଖବର ପାଇ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର କାର୍ଯ୍ୟରତ କର୍ମଚାରୀ ଶୁସାନ୍ତ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଗାଇର ଚିକିତ୍ସା ଆରମ୍ଭ କରିଛନ୍ତି । ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ଟ୍ରକକୁ ଥାନାକୁ ଆଣି ଚାଳକକୁ ଅଟକ ରଖିଥିବା ଜଣାପଡିଛି ।   (ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version