ଦେଶୀ ମଦ ସହ ମାରୁତି କାର୍ ଜବତ ଓ ଚାଳକ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଢେଙ୍କାନାଳ:- ଗତକାଲି ରାତିରେ ଭାପୁର ଫାଣ୍ଡି ପୋଲିସ୍ ପୁରୁଣା କଟକ ସମ୍ବଲପୁର ରୋଡ୍ ଶଙ୍କରପୁର ଛକ ଠାରେ ଚଢ଼ାଉ କରି ୮୦ ଲିଟର ଦେଶୀ ମଦ ଓ ଗୋଟିଏ ମାରୁତି କାର୍ ଜବତ କରିବା ସହ ଚାଳକକୁ ଗିରଫ କରି କୋର୍ଟ୍ ଚାଲାଣ କରିଛି । ପ୍ରକାଶ ଯେ, ଗତକାଲି ରାତିରେ ଭାପୁର ଫାଣ୍ଡି ପୋଲିସ୍ ସବ୍ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ପୁରୁଣା କଟକ ସମ୍ବଲପୁର ରୋଡ୍ ରେ ନାଇଟ୍

ପେଟ୍ରୋଲିଂରେ କରୁଥିବା ବେଳେ ସପ୍ତଶଯ୍ୟା ଆଡୁ ଗୋଟିଏ ମାରୁତି କାର୍ (OR02 – H – 5709 ) ରେ କିଛି ବେଆଇନ ମଦ ନେଇ ଆସୁଥିବା ଖବର ପାଇଥିଲେ।ଖବର ପାଇ ସଂଗେସଂଗେ ଶଙ୍କରପୁର ଛକ ଠାରେ ଚଢ଼ାଉ କରି ରାତି ୧୨ ଟା ୩୦ମି ସମୟରେ ସୂଚନା ପାଇଥିବା ଗାଡିଟିକୁ ଚଢ଼ାଉ କରି ଜବତ କରିଥିଲେ। ସେଥିରେ ବେଆଇନ ଭାବେ ଚାଲାଣ ହେଉଥିବା ୮୦ ଲିଟର ଦେଶୀ ମଦ ( ଦୁଇଟି ପ୍ଳାଷ୍ଟିକ୍ ଜାରକିନ୍) ସହ କାର୍

 

ଚାଳକକୁ ଗିରଫ କରାଯାଇଛି ।ଚାଳକ ଜଣଙ୍କ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଅମାତିଆ ଗ୍ରାମର ସ୍ୱର୍ଗତ ବଳଭଦ୍ର ବେହେରାଙ୍କ ପୁଅ ଭାବଗ୍ରାହୀ ବେହେରା ଓରଫ୍ ଭାବ (ବୟସ ୩୮ ବର୍ଷ) ବୋଲି ସୂଚନା ଦିଆଯାଇଛି। ଏ ନେଇ ସଦର ଥାନାରେ କେସ୍ ନଂ ୩୪୯/୨୧ ରେ ଏକ ମାମଲା ରୁଜୁ କରାଯାଇଛି।    (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version