ଭାରତ ବିକାଶ ପରିଷଦ ଭବନରେ ଟୀକାକରଣ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ନୟାଗଡ଼ :- କରୋନା ମହାମାରୀ କୁ ହରେଇବା ପାଇଁ ସମଗ୍ର ବିଶ୍ବରେ ଟୀକାକରଣ କ୍ଷିପ୍ର ବେଗରେ ଚାଲିଥିବା ବେଳେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ଆନୁକୂଲ୍ୟରେ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ ଭବନରେ ୨୦୦ ଜଣଙ୍କୁ ଟୀକାକରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସେବା ସଚିବ ଦୁର୍ଯ୍ୟୋଧନ ସାହୁ ସଂଯୋଜନା କରିଥିଲା ବେଳେ କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ଯକ୍ଷ ହରପ୍ରସାଦ ମହାପାତ୍ର,ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ,ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାସ,ପୂର୍ବତନ ଅଧ୍ଯକ୍ଷ ବିଦ୍ଯାଧର ଆଚାର୍ଯ୍ୟ,ସମାଜସେବୀ ଦାମଦୋର ସାହୁ, ପ୍ରମୋଦ ପଟ୍ଟନାୟକ, ସଂସ୍କାର ସଚିବ ଅଜୟ କୁମାର ପଟ୍ଟନାୟକ,

ସମ୍ପର୍କ ସଚିବ ପ୍ରସନ୍ନ କୁମାର ବସନ୍ତିଆ, ମହିଳା ସଚିବ ସୌଦାମିନୀ ସ୍ବାଇଁ, ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତି,ନିର୍ମଳ ଚନ୍ଦ୍ର ଶୂରଦେଓ,ଅଶୋକ କୁମାର ନାୟକ, ପ୍ରଦୀପ କୁମାର ସାହୁ,ଧୀରେନ୍ଦ୍ର ପଟ୍ଟନାୟକ,ଅବିନାଶ ସାହୁ, ନିରଂଜନ ପାତ୍ର, ରାଜକିଶୋର ଦଳେଇ ଆଦି ଅନେକ ସଦସ୍ଯ ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ ର ଏହିଭଳି କାର୍ଯ୍ୟକୁ ଜନସାଧାରଣ ଭୂୟସୀ ପ୍ରସଂଶା କରିଥିଲେ ।  (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version