କରୋନା କଟକଣା କୁ ବେଖାତିରି କରି ଚାଲିଥିବା ନିର୍ବନ୍ଧ କୁ ବନ୍ଦ କଲା ପୋଲିସ ଓ ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର) ବାଙ୍କୀ :- କରୋନା ସଂକ୍ରମଣ କୁ ରୋକ ଲଗେଇବା ପାଇଁ ରାଜ୍ୟ ସରକାର ତଲା ବନ୍ଦ ନିୟମ କଡା କଡ଼ି କରିଥିବା ବେଳେ ବିବାହ,ବ୍ରତ,ଶୁଦ୍ଧି କ୍ରିୟା ରେ କୋଭିଡ ନିୟମ ରେ ନିର୍ଦ୍ଧାରିତ ଅଳ୍ପ ସଂଖ୍ୟକ ଲୋକ ଙ୍କ ଅନୁମତି ପୋଲିସ ଠାରୁ ଆଣି ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଛନ୍ତି।ଚଳିତ ମାସ ଶେଷ ପର୍ଯ୍ୟନ୍ତ ସରକାର ଙ୍କ ତାଲା ବନ୍ଦ କଟକ ଜିଲ୍ଲା ସମିତ ଅନ୍ୟ ଜିଲ୍ଲାରେ କଡା କଡ଼ି ପାଳନ କରାଯାଉଛି।ଆଜି ବାଙ୍କୀ ବ୍ଲକ କଳାପଥର ଗ୍ରାମରେ ଥିବା କପିଳେଶ୍ୱର ମନ୍ଦିର ପରିସରରେ କଳାପଥର ଗ୍ରାମ ର ପଞ୍ଚାନନ ସାହୁ ଙ୍କ ପୁଅ ସହିତ ଠଣାପଲ୍ଲୀ ଗ୍ରାମର ଜୈନକ କନ୍ୟା ର ନିର୍ବନ୍ଧ କାର୍ଯ୍ୟ ପୋଲିସ ଠାରୁ ଅନୁମତି ନନେଇ ଅନୁଷ୍ଠିତ

କରିବା ସହ ଶତାଧିକ ଲୋକ ଭୋଜି ଭାତ ଖାଇବା ସହ ଶାରୀରିକ ଦୂରତା ନମାନି ଏକତ୍ରିତ ହୋଇଥିଲେ।ଏଥି ସହିତ ଉକ୍ତ ମନ୍ଦିର ପ୍ରାଙ୍ଗଣ ରେ ଅନ୍ୟ ଦୁଇଟି ବିବାହ ଚାଲିଥିଲା।ଏ ସମ୍ପର୍କରେ କିଛି ସଚେତନ ନାଗରିକ କଟକ ଗ୍ରାମଞ୍ଚଳ ଆରକ୍ଷୀ ଅଧିକାରୀ ଯୁଗଳ କିଶୋର ବିନିଥି ଙ୍କ ଦୃଷ୍ଟି ଆକର୍ଷଣ କରିଲା ପରେ ଶ୍ରୀ ବିନିଥ ବୈଦେଶ୍ୱର ପୋଲିସ କୁ ଘଟଣା ସ୍ଥଳରେ ପହଞ୍ଚି ନିର୍ବନ୍ଧ ବନ୍ଦ କରିବା ପାଇଁ କହିଥିଲେ।ଏଥିସହ କିଛି ବ୍ୟକ୍ତି ବାଙ୍କୀ  ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଅବଗତ କରାଇଥିଲେ।ଉପଜିଲ୍ଲାପାଳ ଶ୍ରୀ ଜେନା ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡାଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦେଶ ଦେଇଥିଲେ ।

ଗ୍ରାମଞ୍ଚଳ ଆରକ୍ଷୀ ଅଧିକାରୀ ଯୁଗଳ କିଶୋର ଙ୍କ ଠାରୁ ନିର୍ଦେଶ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିର୍ବନ୍ଧ ବନ୍ଦ କରିବା  ସହ ପରହିତ ଓ କନ୍ୟା ର ମାମୁଁ ଙ୍କୁ ପୋଲିସ ଗାଡି ରେ ବସାଇ ଥାନା କୁ ଆଣିବାକୁ ବାହାରିବା ବେଳେ ଉଭୟ ପକ୍ଷ ର ମହିଳା ଓ ପୁରୁଷ ପୋଲିସ ଗାଡି କୁ ଛାଡି ନଥିଲେ।ଏହି ଖବର ପାଇ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ତୁରନ୍ତ ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ମାଜିଷ୍ଟ୍ରେଟ କ୍ଷମତା ଦେଇ ପଠେଇଥିଲେ ତହସିଲଦାର ପହଞ୍ଚି ବା ପରେ ପୋଲିସ ପୁଅ ର ବାପା ପଞ୍ଚାନନ ଓ ପୁଅ କୁ ଥାନା କୁ ଆଣି ପଚରା ଉଚାର କରିଥିଲା ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ମନ୍ଦିର

ପରିସରରେ ଦୁଇଗୋଟି ବିବାହ ପାଇଁ ବୈଦେଶ୍ୱର ପୋଲିସ ଅନୁମତି ଦେବା ବସ୍ତବିକ ଚିନ୍ତା ର ବିଷୟ।ଆଜିର ଏହି ଘଟଣା ରେ ଯେତେ ଲୋକ ଉପସ୍ଥିତ ଥିଲେ ଅଧିକାଂଶ ମାକ୍ସ ପିନ୍ଧି ନଥିଲେ କି ଶାରୀରିକ ଦୂରତା ମାନି ନଥିଲେ।ଯଦି କରୋନା ଗୋଷ୍ଠୀ ସଂକ୍ରମଣ ହୁଏ ତେବେ କିଏ ଦାଇ ହେବ ତାହା ସାଧାରଣ ରେ ଚର୍ଚ୍ଚା। ପୋଲିସ ର ଜ୍ଞାତ ସାରରେ ଏପରି କାର୍ଯ୍ୟକ୍ରମ ହେବା ଓ ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଉଲଂଘନ କରି ଲୋକେ ବିବାହ, ବ୍ରତ, ଭୋଜି, ସୁଧଘର କାର୍ଯ୍ୟ କରୁଛନ୍ତି।ଯେହେତୁ ସଚେତନ ନାଗରିକ କଟକ ଗ୍ରାମଞ୍ଚଳ ଅଧ୍ୟକ୍ଷକ ଶ୍ରୀ ବିନିଥ ଓ ବାଙ୍କୀ ଉପଜିଲ୍ଲାପାଳ ଏ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା  ତେଣୁ ପୋଲିସ ବାଧ୍ୟ ହୋଇ ଘଟଣା ସ୍ଥଳ କୁ ଯାଇ କାର୍ଯ୍ୟନୁଷ୍ଠାନ

ଗ୍ରହଣ କଲା।ଏ ସମ୍ପର୍କରେ ବୈଦେଶ୍ୱର ପୋଲିସ ଅଧିକାରୀ ବସନ୍ତ କୁମାର ଶତପଥୀ ଙ୍କୁ ପଚରିବାରୁ ସେ କହିଲେ ଏହା ସମ୍ପୂର୍ଣ୍ଣ  କୋଭିଡ ନିୟମ ଉଲଘଂନ ନିର୍ବନ୍ଧ ପାଇଁ ଅନୁମତି ନାହିଁ ଉକ୍ତ ଉଭୟ ପରିବାର ମନ୍ଦିର ପ୍ରାଙ୍ଗଣ ରେ ଲୁଚେଇ କାର୍ଯ୍ୟକ୍ରମ କରୁଥିଲେ  ଜଣେ  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବା ପରେ ସମସ୍ତେ ପୋଲିସ କୁ ଦେଖି ଲୁଚି ପଳେଇ ଗଲେ ଆମେ ପୁଅ ର ବାପା ଙ୍କୁ ଓ ପୁଅ ଙ୍କୁ ପଚାର ଉଚାର ପାଇଁ ଅଣୁଛୁ ଓ କୋଭିଡ ନିୟମ ଉଲଘଂନ କରିଥିବା ରୁ  କେସ ନମ୍ବର ୫୬/୨୧ ରେ ୨୬୯,୨୭୦/୩୪ ଓ ୫୧ଆପିସି ରେ ମାମଲା ରୁଜୁ ହୋଇଛି।ଏ ସମ୍ପର୍କରେ କଟକ ଗ୍ରାମଞ୍ଚଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିଥ ଙ୍କୁ ପଚାରିବାରୁ ସେ କହିଲେ ତାଙ୍କୁ ଏ ନିବନ୍ଧ ସମ୍ପର୍କରେ ଓ କୋଭିଡ ନିୟମ ଉଲଂଘନ ସଂକ୍ରାନ୍ତ ରେ  ଖବର ପାଇ ତୁରନ୍ତ ବୈଦେଶ୍ୱର ପୋଲିସ କୁ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ  ପାଇଁ ନିର୍ଦେଶ ଦେଇଥିଲି।    ରିପୋର୍ଟ ଗୌତମ ମିଶ୍ର 

Exit mobile version