ଜୀବନ ବିନ୍ଦୁ ପକ୍ଷରୁ ୯୦ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର) ବାଙ୍କୀ :- ଆଜି ବାଙ୍କୀ କୁସୁପଙ୍ଗି ପଞ୍ଚାୟତର ନିସ୍ତିପୁର ଜିମ ସେଣ୍ଟର ଠାରେ ଆଜି ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଡମପଡା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ମାନଙ୍କ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର କୁ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ।ଏହି ରକ୍ତ ଦାନ ଶିବିରରେ ଆଖ ପାଖ ଅଞ୍ଚଳର ବହୁ ଯୁବକ ଓ ଯୁବତୀ ସ୍ବେଚ୍ଛା କୃତ ଭାବେ ଆସି ରକ୍ତ ଦାନ କରିଥିଲେ ।

ରକ୍ତ ଦାନ କରିଥିବା ଯୁବକ ଓ ଯୁବତୀ ଙ୍କୁ ଜୀବନ ବିନ୍ଦୁ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କୁସୁପଙ୍ଗି ସରପଞ୍ଚ ପୁଷ୍ପାଲତା ପରିଡା ଓ ସରପଞ୍ଚ ପ୍ରତିନିଧି ତଥା ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସିତ ଜେନା ରକ୍ତ ଦାନ ଶିବିରକୁ ପରିଚନା କରିଥିଲେ ।ଆଜିର ରକ୍ତ ଦାନ ଶିବିରରେ ୯୦ ୟୁନିଟ ରକ୍ତ ସଂଗହ କରାଯାଇଛି ।ଓଡ଼ିଶା ମୋ ପରିବାର,ଜୀବନ ବିନ୍ଦୁ ପକ୍ଷରୁ ରକ୍ତ ଦାନ ଶିବିର ଆଜି ଠାରୁ ଆରମ୍ଭ ହୋଇଥିବା

ବେଳେ ଆଗକୁ ପର୍ଯ୍ୟାୟ କ୍ରମେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।ରକ୍ତ ଦାନ କେନ୍ଦ୍ରକୁ ଯୁବ ଗୋଷ୍ଠି ଆସି ରକ୍ତ ଦାନ କରନ୍ତୁ ଆଉ ରକ୍ତ ଦାନ ଏକ ମହତ ଦାନ ବୋଲି ବିଜେଡି ର ବରିଷ୍ଠ କର୍ମୀ ସୁବାସ ଚନ୍ଦ୍ର ପାଢ଼ୀ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀ ଆଇନଜୀବି ସଙ୍ଘ ର ସଭାପତି ଗୌରୀ ଶଙ୍କର ନନ୍ଦ,

ଡମପଡା ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ଡମପଡା ବ୍ଲକ ଛାତ୍ର ବିଜେଡି ସଭାପତି ଗୌରବ ବଳିଆର ସିଂ, ତାଳବସ୍ତ ସରପଞ୍ଚ ଦିନ ବନ୍ଧୁ ସାହୁ,ଦୋଳଣା ପୁର ସରପଞ୍ଚ ସୁନୀଲ ସାହୁ, ପାଥପୁର ସରପଞ୍ଚ ଦୁସୁମନ୍ତ ସାହୁ, କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା, ବରିଷ୍ଠ ବିଜେଡି କର୍ମୀ ସୌମେନ୍ଦ୍ର ମିଶ୍ର, ସନ୍ତୋଷ ରଣା,ସମିତି ସଭ୍ୟ ଅଜିତ ଜେନା ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ।

Exit mobile version