ତିନି ରଥର ଚାରିନାହାକା ଉପରେ ପ୍ରଥମ ଭୁଇଁ ପଡି : ଚତୁର୍ପାର୍ଶ୍ଵରେ ୧୪ ନାହାକା ଉଠିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି – ତିନି ରଥର ତୃତୀୟ ଭୁଇଁ ପାଇଁ ଫ୍ରେମ ସେଟିଙ୍ଗ କାମ ଶେଷ    

ସୋମବାର,ରଥ ନିର୍ମାଣ ଅଗ୍ରଗତି :- ମୋଟ ନିର୍ମାଣ କାରୀଙ୍କ ଉପସ୍ଥାନ -୧୯୭ ତିନିରଥ ମୋଟ ମହାରଣା ୭୮ ତିନିରଥ ଭୋଇ ସେବକ  ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ  ୧୬ ତୁମ୍ବ ବିନ୍ଧ କାରୀଗର ୨ ତିନିରଥ ରୂପକାର ସେବକ  ୧୮ ରଥଖଳା ସହାୟକ ୧ ମୋଟ – ୧୯୭

ସୋମବାର ରଥ ନିର୍ମାଣ ଅଗ୍ରଗତି :-

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁନ୍‌ ସୋମବାରପୁରୀ,ରିପୋର୍ଟ ଅଭିମନ୍ୟୁ ମହାରଣା  :-  ଆଜି ତିନି ରଥର ଚାରିନାହାକା ଉପରେ ପ୍ରଥମ ଭୁଇଁ ପଡି ଚାରି- ନାହାକାର ଚତୁରପାର୍ଶ୍ୱ ରେ ୧୪ ନାହାକା ଉଠିବା ସମ୍ପୂର୍ଣ୍ଣ ହୋଇଅଛି।   ରଥିସହ ତିନିରଥର ତୃତୀୟ ଭୁଇଁ ପାଇଁ ଫ୍ରେମ ସେଟିଙ୍ଗ ସମ୍ପୁର୍ଣ୍ଣ ହୋଇଅଛି । (ତୃତୀୟ ଭୁଈଁ ୪ଗୋଟି ଭୁଇଁ ଚଉତା ବର୍ଗାକାର ରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୁଇଁ ଗୋଡ଼ ଉଠି ଭୁଈଁ ର ଚାରି ପଟ ପ୍ରତି ପାର୍ଶ୍ୱରେ ୬ଟି ଲେଖାଁଏ ଛିଆଣ ସଂଯୋଗ ହୋଇ ତୃତୀୟ ଭୁଇଁ ବା ଅଗ ଭୁଇଁ ଫ୍ରେମ ସେଟିଙ୍ଗ ହୋଇ ନମ୍ବରିଂ ଶେଷ ହୋଇଅଛି)  ତିନିରଥର ଦୁଆର ବେଢା ତଳେ ନାଟ ଗୋଡ଼ ଉପରେ ଲାଗିବା ପାଇଁ ୮ ଗୋଟି ରୁ ୩ ଟି ଲେଖାଁଏ ‘ଗାରେଡି’ ଚଉପଟ ହୋଇଅଛି ।

ତିନିରଥର ଦ୍ୱାର ବେଢା ପାଇଁ ୮ଟି ମଗର ପଟାରୁ ୪ଗୋଟି ପଟାରେ ମଗର ମୁଖ ନିର୍ମାଣ ଶେଷ ହୋଇଛି।  ଏଥି ସହ ତିନିରଥର ୪ଟି ଲେଖାଁଏ ଅଁଳା ଚଉପଟ କାମ ଶେଷ ହୋଇଛି। ଏହା ରଥର ଦ୍ୱାର ବେଢା ମଝିର ଉପର ଭାଗରେ ଲାଗି ହୋଇଥାଏ। *ଶେଷ ହୋଇଥିବା ତାଳଧ୍ୱଜ ରଥର ସିଂହାସନ ରେ ରୂପକାର ସେବକ ସେଥିରେ କୁମ୍ଭ ଡାଳି ଲତା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ଆଜି ଦେବଦଳନ ରଥର ପଟା ଗୁଜ ରେ ରୂପକାର ସେବକ ସିଂହ ବିରାଳ, ଗଜ ବିରାଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି ।  ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀରଖିଛନ୍ତି ।  ଦୋଳବେଦୀ ସ୍ଥ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଭୁଇଁ ପାଇଁ କଣ ବିଡ଼ିଆ କଣ୍ଟା, ପୋଟଳ ଓରା କଣ୍ଟା ନିର୍ମାଣ ଶେଷ କରି, ଟ୍ରତୀୟ ଭୁଇଁ ଉପର ଗୋଡି ଛାଲ କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । 

ଆଜି ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବାହୁଟ ଏବଂ ସେନାପଟା ପାଇଁ ବଉଳ କାଠ ସାକ୍ଷୀ ଗୋପାଳ ସ୍ଥିତ ବକୁଳ ବନରୁ ଉତ୍ତର ପାର୍ଶ୍ୱ ମଠ ମହାରାଜାଙ୍କ ଉପସ୍ଥିତିରେ କରତି ସେବକ, ଶ୍ରୀମନ୍ଦିର ତତ୍ୱବିଧାରକ ,ସହକାରୀ ତତ୍ୱାବଧାରକ ଙ୍କ ତତ୍ୱାବଧାନରେ ରାତ୍ର ୧୦ ଟା ସୁଦ୍ଧା ପୁରୀରେ ପହଞ୍ଚିବ ବୋଲି ଖବର ଆସିଅଛି । 

Exit mobile version