ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ; ୩୨୦୦ ଲିଟର ପୋଚ ସହ ୧୬୦ ଲିଟର ଦେଶୀ ମହୁଲି ମଦ ଜବତ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳଖେମୁଣ୍ଡି :- ଆର. ଉଦୟଗିରି ଅବାଧରେ ଚୋରାଦେଶୀ ମଦ ବିକ୍ରି ନେଇ କିଛି ମାସ ତଳେ ବିଭିନ୍ନ ଖବରକାଗଜରେ ପ୍ରକାଶ ପରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ନିଦ୍ଦେଶ କ୍ରମେ ଆଜି ରା,ଉଦୟଗିରି, ପାରଳାଖେମଣ୍ଡି ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଆର.ଉଦୟଗିରି ଥାନା ଅଞ୍ଚଳର ମହେନ୍ଦ୍ରଗଡ ସୌରାସାହି , ସୁଗୁବା,ଲାମପଡା, ତୁବୁରୁବା, ଓ ଡେରାସାହି ଗ୍ରାମରେ ଚଢାଉକରି ୩ହଜାର ୨୦୦ ଲିଟର ପୋଚ ଏବଂ ୧୬୦ ଲିଟର ଦେଶୀ ମହୁଲିମଦ ଜବତ କରିବା ସହ ମଦରନ୍ଧା ସାମିଗ୍ରୀଜବତ କରିଥିଲେ । ଅବକାରୀ ଚଢାଉ ବେଳେ ଗ୍ରାମର ମହିଳା ପୁରୁଷ ଉତ୍ତେଜିତ ହୋଇ ଅବକାରୀ ଓ ପୁଲିସ କର୍ମଚାରୀଙ୍କୁ ପଥର ମାଡ କରିଥିଲେ ।

ପଥର ମାଡରେ କୌଣସି କର୍ମଚାରୀଙ୍କ ଆହତ ହୋଇନାହାନ୍ତି । ଏହାପରେ ରାସ୍ତାରେ କାଠଗଣ୍ଡି ବଡ ବଡ ପଥର ରଖି ରାସ୍ତା ରୋକ କରିଥିଲେ । କର୍ମଚାରୀ ମାନଙ୍କୁ ଗ୍ରାମରୁ ବାହରକୁ ଯିବା ପାଇଁମହିଳାମାନେ ଛାଡୁନଥିଲେ। ଗ୍ରାମର ମହିଳା ମଦରନ୍ଧା ସାମିଗ୍ରୀ ଫେରାଇବା ପାଇଁ ଜିଦଧରି ବସିଥିଲେ ଅବକାରୀ ଓ ପୁଲିସ କର୍ମଚାରୀମାନେ ଗ୍ରାମର ମହିଳା ଓ ପୁରୁଷଙ୍କୁ ବହୁବୁଝାସୁଝା କରିବା ପରେ ଗ୍ରାମକୁ ବାହରକୁ ଯିବାକୁ ଗାଡିଛାଡିଥିଲେ । ଏହି ଚଢାଉରେ ର,ଉଦୟଗିରି ଅବକାରୀ ଓଆଇସି ଲିଙ୍ଗରାଜ ଜାନି ପୁଲିସ, ଅବକାରୀ କର୍ମଚାରୀମାନେ ପ୍ରମୁଖ ସାମିଲି ଥିଲେ । ଏହି ଚଢାଉ କୌଣସି ମଦ ବେପାରୀକୁ ଗିରଫ କରାଯାଇନଥିବା ଆରା.ଉଦୟଗିରି ଅବକାରୀ ଓଆଇସି ଶ୍ରୀ ଯାନି କହିଛନ୍ତି । ( ରିପୋର୍ଟ  ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version