କୋରାଇ କଂଗ୍ରେସ ପକ୍ଷରୁ କରୋନାରେ ପରଲୋକ ପରିବାରଙ୍କୁ ସହାୟତା ସରକାରୀ ପ୍ରୋତ୍ସାହନ ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କୋରାଇ :- ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଯୁବ ମାନସର ପ୍ରତିକ ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ କୋରାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମହାମାରୀ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ତଥା କୋରାଇ କଂଗ୍ରେସ ବିଧାୟିକା ପାର୍ଥିନୀ ବନ୍ଦିତା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ଗଭୀର ସମବେଦନା ଜଣା ଯାଇଥିଲା । ଏତଦ୍‌ଭିନ୍ନ ସମସ୍ତ ମୃତକଙ୍କ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଶ୍ରୀମତୀ ପରିଡ଼ା ଦାବି କରିଥିଲେ ।

ବ୍ଳକର କାଚରାସାହି ପଂଚାୟତ ନହଣକୂଳ ଗ୍ରାମ ସ୍ୱର୍ଗତ ପ୍ରଭାକର ରାଉଳଙ୍କ ପତ୍ନୀ କନକଲତା ରାଉଳଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ଧନେଶ୍ୱର ପଂଚାୟତ ବେଣାପୁର ଗ୍ରାମର ପଦ୍ମଲୋଚନ କରଙ୍କ ପରିବାର, କରଦା ପଂଚାୟତ ବର୍ତମଣା ଗ୍ରାମର ନରହରି ମୁଦୁଲୀଙ୍କ ପରିବାର, ଗୋଳେଇପୁର ପଂଚାୟତ ଖାନ୍ଦ୍ରାପୁର ଗ୍ରାମର ପ୍ରଭାକର ସାହୁଙ୍କ ପରିବାର ଓ କେଉଟୁ ନଗୁଆଁ ଗ୍ରାମର ମୋତିଲତା ସାହୁଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ରାସନ ସାମଗ୍ରୀ ଓ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ମାର୍କଣ୍ଡ ମିଶ୍ର, ଶ୍ୟାମସୁନ୍ଦର ଜେନା, ବଳରାମ ମଲିକ, ଦୀପକ ଭଞ୍ଜ, ଅନାଦୀ ସାହୁ, ସେକ୍ ମକସୁଦ ହୋସେନ୍‌, ମହ୧ଦ ମଗେସୁଲ, ମହ୧ଦ ସାହାଜାନ, ଡ ମ୍ବରୁଧର ସାହୁ, ଚକ୍ରଧର ବାରିକ, ଦିଲୀପ କୁମାର ଜେନା, ଶଶୀକାନ୍ତ ମାଝୀ, ବସନ୍ତ ସ୍ୱାଇଁ, ସୂର୍ଯ୍ୟକାନ୍ତ ଖଣ୍ଡାଇ, ଜୟ ପ୍ରକାଶ ମହାନ୍ତି, ଦିଗମ୍ବର ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । (ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Exit mobile version