ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କୋରାଇ :- କୋରାଇ ସ୍ଥିତ ମେଲଣ ପଡ଼ିଆ ସାହି ନିକଟରେ ଅସୁସ୍ଥଅବସ୍ଥା ପଡିରହିଥିବା ଏକ ଷଣ୍ଢକୁ କୋରାଇ ପ୍ରଖଣ୍ଡ ବଜରଂଗ ଦଳ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଦୁଇଦିନ ପୂର୍ବରୁ ଏହି ଷଣ୍ଢର ଶରୀରର ବିଭିନ୍ନ ସ୍ଥାନରେ କୌଣସି କାରଣ ବଶତଃ ଖଣ୍ଡିଆ ଖାବରା
ହୋଇଥିବା ଯୋଗୁ ଆହତ ଅବସ୍ଥାରେ ଏହି ମେଳଣ ପଡିଆ ନିକଟରେ ପଡ଼ିରହି ଯବଣା ପାଉଥିଲା । ଏହି ଖବର ପାଇ ବଜରଂଗ ଦଳ ସଦସ୍ୟମାନେ ଘଟଣା ସ୍ଥଳରେ ପହଂଚି ଚକିତ୍ସକ ଡାକନେଇ ଚିକତ୍ସା କରିଛନ୍ତି ।

